ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନରେ ବିଭିନ୍ନ ପ୍ରକଳ୍ପ ଘୋଷଣା ସହ ଶିଳାନ୍ୟାସ କଲେ
ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ୩୭୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଳାର ପାଟପୁର ଅଞ୍ଚଳରେ ଆୟୋଜିତ 'ବିକାଶ ପଥେ ମୟୂରଭଞ୍ଜ' କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ ହୋଇଥିବା ୫୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରାୟ ୨୭୫ କୋଟି ଟଙ୍କା ବିନିମୟରେ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଶୁଭାରମ୍ଭ କରାଯାଉଛି। ଲକ୍ଷପତି ଦିଦି ଯୋଜନା, ସୁଭଦ୍ରା ଯୋଜନା ସମେତ ବହୁ ଯୋଜନା ଆରମ୍ଭ କରାଯାଇଛି। ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ଏକ କୋଟି ମହିଳା ପଂଜୀକରଣ କରି ସାରିଲେଣି। ଆସନ୍ତା ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ହିତାଧିକାରୀମାନଙ୍କ ପାଖକୁ ଦ୍ଵିତୀୟ କିସ୍ତି ସୁଭଦ୍ରା ଯୋଜନା ଟଙ୍କା ଡିବିଟି ମାଧ୍ୟମରେ ଯିବ। ତାହା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ଜିଲ୍ଲା ବ୍ରହ୍ମପୁର ସମାରୋହରୁ ଶୁଭାରମ୍ଭ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରପଞ୍ଚ ଭଳି ତଳ ସ୍ତରରୁ ଆସି ଆଜି ମୁଖ୍ୟମନ୍ତ୍ରୀ ହୋଇଛି। ଏଣୁ ସମସ୍ତଙ୍କ ଦୁଃଖ ସୁଖ ଜାଣି ପାରୁଛି। ପୂର୍ବ ସରକାର ଯିଏକି ୨୪ ବର୍ଷ ଶାସନ କାଳରେ ଲୋକଙ୍କ କଥା ଚିନ୍ତା କରିନଥିବା ବେଳେ ଆଜି ମୋହନ ସରକାରଙ୍କ ୮ ମାସର ଶାସନର ହିସାବ ମାଗୁଛନ୍ତି। ସମସ୍ତେ ଜାଣନ୍ତି ମୋହନ ସରକାର ୮ ମାସ ମଧ୍ୟରେ ଜନତାଙ୍କ ପାଇଁ କ'ଣ କରିଛି।












Click it and Unblock the Notifications