Get Updates
Get notified of breaking news, exclusive insights, and must-see stories!

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Bali Yatra 2024: ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା ଯାହା ଆସନ୍ତା ୨୨ ତାରିଖ ଯାଏଁ ଚାଲିବ । ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଐତିହାସିକ ବାଲିଯାତ୍ରାକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ମେଳା ବୁଲି ଦେଖିଥିଲେ।

ଚଳିତ ବର୍ଷ ୧୫ଟି ଦେଶର ବିଦେଶ ପ୍ରତିନିଧି ବାଲିଯାତ୍ରା ଦେଖିବା ପାଇଁ ଆସିବେ । ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ', ଡ୍ରୋନ ଶୋ' ଆୟୋଜିତ ହେବ । ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍‌ ଶୋ' ଆୟୋଜିତ ହେବ । ସେହିପରି ଏଥର ମୋଟ୍ ୩୨ ଏକର ଜାଗାରେ ପ୍ରାୟ ୨୫୦୦ରୁ ଅଧିକ ଷ୍ଟଲ୍ କରାଯାଇଛି । ଖାସ୍ କଥା ହେଲା ଏଥର ୧୩ଟି ଦେଶର ରାଷ୍ଟ୍ରଦୂତ ଅତିଥି ଭାବେ ଯୋଗ ଦେବେ ଏବଂ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

Mohan Charan Majhi

ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର । ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ । ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ । ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମି ଓ ଫ୍ରିସ-ବି ଦୋ ଳି । ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ । ଚଳିତବର୍ଷ ବାଲିଯାତ୍ରା 'କଟକ ଇନ୍ କଟକ'ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+