ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ , କାଲିଠୁ ୩ ମନ୍ତ୍ରୀ ରହିବେ ପୁରୀରେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆସନ୍ତାକାଲି ଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିଳାଦ୍ରୀ ବିଜେ ସରିବା ପର୍ଯ୍ୟନ୍ତ ପୁରୀଠାରେ ସକ୍ରିୟ ଭାବେ ଉପସ୍ଥିତ ରହି ଶ୍ରୀଗୁଣ୍ଡିଚା ଯାତ୍ରାର ଅବଶିଷ୍ଟ ରୀତିନୀତି ଯେପରି ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଏବଂ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର କୌଣସି ଅସୁବିଧା ନ ହେବ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସରକାର ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା ଭିତରେ ଶେଷ କରିବାକୁ ଉଦ୍ୟମ କରୁଛନ୍ତି ।

ଏହାରି ମଧ୍ୟରେ ଗତ ମଙ୍ଗଳବାର ଆଡ଼ପ ପହଣ୍ଡିେ ବେଳ ବଡ଼ଠାକୁର ଖସିପଡ଼ିବାକୁ ନେଇ ଅଧିକ ତତ୍ପରତା ଦେଖାଯାଇଛି । ଏହି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ, ସେଥିପାଇଁ ସତର୍କ ରହିଛନ୍ତି ।












Click it and Unblock the Notifications