ମା’ଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟି କୁ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରେ ପହଁଞ୍ଚିବା ପରେ ସେଠାରେ ପାରମ୍ପାରିକ ନୃତ୍ୟଗୀତ କରି ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଗ୍ରାମର ସାହି ପଡ଼ୋଶୀ, ବନ୍ଧୁବାନ୍ଧବ ତାଙ୍କୁ ଫୁଲ ଚନ୍ଦନ ପିନ୍ଧାଇ ବନ୍ଦାପନା କରି ନିଜ ବାସଗୃହକୁ ପାଛୋଟି ନେଇଥିଲେ । ନିଜ ବାସଗୃହରେ ବିଶ୍ରାମ ନେଇଥିଲେ । ସେଠାରେ ପଖାଳ ଭାତ, କୁନ୍ଦୁରି, ବାଇଗଣ, ଝୁଡ଼ଙ୍ଗ ଆଦି ପ୍ରିୟ ଭଜା ଖାଇଥିଲେ । ସେ ପଖାଳ ଓ ଭଜା ଆଦି ଖାଇବାକୁ ଭଲ ପାଆନ୍ତି । ଆଜି ତାଙ୍କ ମା ନାଥମଣି ମାଝିଙ୍କ ପୁଅଙ୍କୁ ଖୁଆଇଥିଲେ ।
ସେପଟେ ଆଜି ସେ ନିଜ ସ୍କୁଲକୁ ଯାଇ ପିଲାଦିନର କଥା ମନେ ପକାଇଛନ୍ତି । ରାଇକଳା ଗସ୍ତ ସମୟରେ ନିଜ ପଢୁଥିବା ସ୍କୁଲକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଝୁମ୍ପୁରାରେ ତାଙ୍କ ପିଲା ଦିନର ହାଇସ୍କୁଲରେ କିଛି ସମୟ ବିତାଇବା ସହ ପୁରୁଣା ସହପାଠୀଙ୍କୁ ଭେଟିଥିଲେ । ସେଠାରୁ ବାହାରି ଝୁମ୍ପୁରା ବଜାରସ୍ଥିତ ଦୁର୍ଗା ମନ୍ଦିର ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ସେଠାରେ ବିଭିନ୍ନ ବର୍ଗର ଲୋକ, ବିଭିନ୍ନ ସଂଗଠନ ଓ ସଂସ୍ଥା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।

ଉଦ୍ବୋଧନ ଦେଇ କହିଥିଲେ ଯେ, ଏହି ମାଟିର ସନ୍ତାନ ଆପଣଙ୍କ ମୋହନ ଭାଇ କେବଳ ଝୁମ୍ପୁରା ନୁହେଁ ଜିଲାର ବିକାଶ ପାଇଁ କାମ କରିବ । ଏଣୁ ଆପଣମାନେ ଯେତେବେଳେ ଚାହିଁବେ ତାଙ୍କ ପାଖକୁ ଯାଇ ପାରିବେ ଏବଂ ଦେଖା କରିପାରିବେ । ସେହିପରି ବିକାଶ ପାଇଁ ସମସ୍ତେ ତାଙ୍କୁ ପ୍ରସ୍ତାବ, ପରାମର୍ଶ ଦେଇ ପାରିବେ ବୋଲି କହିଛନ୍ତି ।












Click it and Unblock the Notifications