ତେଲେଙ୍ଗାନା ବିସ୍ଫୋରଣ, ୮ ଓଡ଼ିଆ ମୃତ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଦେବେ ମୁଖ୍ୟମନ୍ତ୍ରୀ
ସୋମବାର ତେଲଙ୍ଗାନାର ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ ଆଜି ମୃତ ଓଡିଆଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ରାଶି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରାୟ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ।

ସୂଚନାନୁଯାୟୀ,ନିକଟରେ ସୋମବାର ଦିନ ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ସିଗାଚି ଇଣ୍ଡଷ୍ଟ୍ରିର ଫାର୍ମା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହି ଫ୍ୟାକ୍ଟ୍ରିରେ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶାର ପ୍ରବାସୀ ଶ୍ରମିକ କାର୍ଯ୍ୟ କରୁଥିଲେ ।। ଏହି ଦୁର୍ଘଟଣାରେ ୪୦ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ ।












Click it and Unblock the Notifications