ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଟଙ୍କାଏ ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର : ମଧ୍ୟାହ୍ନଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଲକ୍ଷ ବିଦ୍ୟାର୍ଥୀ ପାଉଛନ୍ତି ମଧ୍ୟାହ୍ନ ଭୋଜନ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ 'ସୁରଭି'ରେ ଯୋଗ ଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଐତିହ୍ୟ ସ୍କୁଲ ଯୋଜନାର ଶୁଭାରମ୍ଭ କରିଛନ୍ତି ।

mid day meal

ଏହାସହିତ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପ୍ରତି ପିଲା ପିଛା ଏକ ଟଙ୍କା ବୃଦ୍ଧି ଘୋଷଣା କରଇଛନ୍ତି । ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ୁଥିବା ପ୍ରାୟ ୪୩ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବେ । ଏବେ ପ୍ରତ୍ୟେକ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ଦୈନିକ ୫.୯୦ଟଙ୍କା ଓ ଉଚ୍ଚପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୮.୮୨ଟଙ୍କା ଦେଉଛନ୍ତି । ବଜାର ଦରବୃଦ୍ଧିକୁ ଦୃଷ୍ଟିରେ ଣଖି ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ମଧ୍ୟାହ୍ନଭୋଜନ ଖର୍ଚ୍ଚରେ ଏକ ଟଙ୍କା ବୃଦ୍ଧି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+