ଖୋର୍ଦ୍ଧାରେ ୧୪ଟି ନୂତନ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା ହଳଦୀପଦା ଏବଂ ମୁଣ୍ଡାମ୍ବ କାଳିବେତୀରେ ୧୪ଟି ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ହଳଦୀପଦାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖମନ୍ତ୍ରୀ କହିଲେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ଶା ଗଠନ ଲକ୍ଷ୍ୟ ରହିଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ତଥାପି ଓଡ଼ିଶାକୁ ପ୍ରଗତିପଥରେ ଆଗେଇ ନେବାକୁ ହେଲେ ଦ୍ରୁତ ଶିଳ୍ପାୟନ ଜରୁରୀ।

ଏହି ପ୍ରକଳ୍ପରେ ୧୬ହଜାର କୋଟି ପୁଞ୍ଜିନିବେଶ ସହ ୩୫ହଜାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ଦିଆଯିବ। ପୂର୍ବ ସକାର ଏମ୍ଓୟୁ ସ୍ବାକ୍ଷର କରୁଥିଲେ, ଶିଳ୍ପ ପ୍ରକଳ୍ପ ଆରମ୍ଭ ହୋଇ ପାରି ନଥିଲା। ଆମ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କାର୍ଯ୍ୟକାରୀ କରୁଛନ୍ତି । ଶିଳ୍ପସଂସ୍ଥାକୁ ସ୍ବାଗତ କରିବା ସହ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ରାଜ୍ୟର ବିକାଶରେ ସହଭାଗୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଏହି ଅବସରରେ ଶିଳ୍ପ ସଂସ୍ଥାର ସିଇଓମାନେ ଉପସ୍ଥିତ ରହି ଅନୁଭୂତି ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ନିଦ୍ଦେର୍ଶକ ଭୂପିନ୍ଦର ପୁନିଆ, ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଭୂତି ବଳବନ୍ତରାୟ ଓ ଜିଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ।
ଆଜି ମଧ୍ୟାହ୍ନ ହେଲିକପ୍ଟର ଯୋଗେ ହଳଦିପଦା ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଥିଲେ। ପାରମ୍ପରିକ ଲୋକନୃତ୍ୟ, ବାଦ୍ୟଯନ୍ତ୍ରର ତାଳେ ତାଳେ ବିଧାୟକ, ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନତା ସ୍ବାଗତ କରିଥିଲେ। ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଫୁଲମାଳରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ












Click it and Unblock the Notifications