ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ'ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବାସ୍ତବ ସମୟରେ ତଦାରଖ କରାଯାଇ ପାରିବ ଏବଂ ପ୍ରକଳ୍ପଗୁଡିକ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହେବା ସହିତ ଏଥିରେ ଅଧିକ ଦକ୍ଷତା ଆସି ପାରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଯେଉଁ ମନିଟରିଂ ସିଷ୍ଟମ ଥିଲା, ସେଥିରେ ସୂଚନାଗୁଡ଼ିକ ଠକ୍‌ ଭାବେ ଆସି ପାରୁ ନ ଥିଲା, କାର୍ଯ୍ୟର ଅଗ୍ରଗତି ମନ୍ଥର ହେଉଥିଲା ଏବଂ ତା'ସହିତ ନିଷ୍ପତ୍ତି ନେବାରେ ମଧ୍ୟ ବିଳମ୍ବ ହେଉଥିଲା।

ଏହି ଉନ୍ନତ GIS ଡ୍ୟାସବୋର୍ଡ ମାଧ୍ୟମରେ ସମସ୍ତ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ସାର୍ବଜନୀନ ସମ୍ପତ୍ତି ଏବଂ ଚାଲୁରହିଥିବା ପ୍ରକଳ୍ପଗୁଡ଼ିକର ସଦ୍ୟ ଚିତ୍ର ଦେଖିହେବ। ଜିଲା ଏବଂ ବ୍ଲକସ୍ତରରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ଜାଣିହେବ। ଏହା ସହିତ ଏହିସବୁ ପ୍ରକଳ୍ପଗୁଡ଼ିକ ପାଇଁ ସଠିକ୍‌ ସ୍ଥାନ ନିରୂପଣ କରିବାକୁ ରାସ୍ତା ଏବଂ ସାଟେଲାଇଟ ମ୍ୟାପ୍‌ ମଧ୍ୟ ଦେଖିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଏହି ବ୍ୟବସ୍ଥାରେ ଅଧିକ ଆର୍ଥିକ ସ୍ବଚ୍ଛତା ଆସିପାରିବ ବୋଲି ସେ କହିଥିଲେ।

CM launches Project Monitoring Dashboard of Works Department

ଡ୍ୟାସ ବୋର୍ଡରେ ଥିବା ଇସ୍ୟୁ ଟ୍ରାକର (Issue Tracker)ବ୍ୟବସ୍ଥା ଦ୍ୱାରା ପ୍ରକଳ୍ପ ଗୁଡ଼ିକର ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଜମି ସମସ୍ୟା ଏବଂ ଜବରଦଖଲ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ସଠିକ ତଦାରଖ କରାଯାଇପାରିବ।

ଲାଇଭ ପ୍ରୋଜେକ୍ଟ ଟ୍ରାକିଂ, ଆର୍ଥିକ ତଦାରଖ, ସକ୍ରିୟ ବିପଦ ସତର୍କତା ଏବଂ କାର୍ଯ୍ୟଦକ୍ଷତା ନିରୀକ୍ଷଣ ସୁବିଧା ଦ୍ୱାରା ପ୍ରକଳ୍ପକୁ ନେଇ ନିଷ୍ପତ୍ତି ଗ୍ରହଣ କରିବା ଆହୁରି ସହଜ ହେବ।

ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡକୁ ଆହୁରି ବ୍ୟାପକ କରି ଅନ୍ୟ ବିଭାଗଗୁଡ଼ିକ ଦ୍ୱାରା ବ୍ୟବହାର ଉପଯୋଗୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଓଡ଼ିଶାର ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ବ୍ୟବସ୍ଥା ଦୃଢ଼ୀଭୁତ ହେବ ଏବଂ ସମୃଦ୍ଧ ଓଡ଼ିଶା ନିର୍ମାଣର ଲକ୍ଷ୍ୟ ଆହୁରି ତ୍ୱରାନ୍ବିତ ହେବ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ। ଏହା ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+