କଂଗ୍ରେସରେ ଯୋଗ ଦେଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା
YS Sharmila News Update: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ଏବଂ YSR ତେଲେଙ୍ଗାନା ପାର୍ଟି (YSRTP) ମୁଖ୍ୟ ୱାଇଏସ୍ ଶର୍ମିଲା କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ସହ YSRTP ଦଳ ମଧ୍ୟ କଂଗ୍ରେସ ସାମିଲ ହୋଇଛନ୍ତି ।

ଦିଲ୍ଲୀରେ ୱାଇଏସ୍ ଶର୍ମିଲା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ। ବୁଧବାର ରାତିରେ ଶର୍ମିଲା ଦିଲ୍ଲୀରେ ପହଞ୍ଚିଥିଲେ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶର YS ଶର୍ମିଲାଙ୍କୁ କଂଗ୍ରେସ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
#WATCH | YSRTP chief & Andhra Pradesh CM's sister YS Sharmila joins Congress, in the presence of party president Mallikarjun Kharge and Rahul Gandhi, in Delhi pic.twitter.com/SrAr4TIZTC
— ANI (@ANI) January 4, 2024
ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାର ଅଛି ଏପରି ସ୍ଥିତିରେ ରାଜ୍ୟରେ କଂଗ୍ରେସ ନିଜ ସ୍ଥିତିକୁ ସଜାଡ଼ିବାକୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି । ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ନେଇ ମଧ୍ୟ ଖବର ରହିଛି । ସେହିପରି ଯେଉଁମାନେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର୍ କଂଗ୍ରେସ ଛାଡ଼ି କଂଗ୍ରେସରେ ମିଶିବାକୁ ଚାହୁଁଛନ୍ତି, ଦଳ ସେମାନଙ୍କୁ ମଧ୍ୟ ସ୍ୱାଗତ କରିବା ପାଇଁ ପ୍ରସ୍ତାବ ରଖିଛି ।
ରାଜ୍ୟରେ କଂଗ୍ରେସର ଭାଗ୍ୟ ପରିବର୍ତ୍ତନ କରି ଦେଲା ଭଳି ପରିଶ୍ରମ କରିବାକୁ ଆଉ ଦଳୀୟ ନେତାଙ୍କ ପାଖରେ ସମୟ ନାହିଁ, କିନ୍ତୁ ଦଳ ଆଶା ରଖିଛି ଯେ ଏପରି କିଛି ବଡ଼ ପରିବର୍ତ୍ତନ କଲେ ରାଜ୍ୟର ରାଜନୈତୀକ ନଜାର ପରିବର୍ତ୍ତନ ହୋଇ ପାରେ ।












Click it and Unblock the Notifications