ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
Odisha News: ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବାସୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଓଡ଼ିଶା ନେଇ ବିଶ୍ୱବାସୀ ଜାଣିବା ପାଇଁ ପାଇଲେ, ସର୍ବଦା ଓଡ଼ିଶାବାସୀ ପ୍ରବାସୀଙ୍କୁ ସ୍ୱାଗତ କରିବ । ଆଶା କରୁଛି ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନର ପ୍ରଚାର କରିବେ ପ୍ରବାସୀ ।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆସାଇଟ୍ ଏକ୍ସ'ରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସ ରେ ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ ଏବଂ ସ୍ବତନ୍ତ୍ର ହୋଇପାରିଛି । ଆପଣଙ୍କ ଉପସ୍ଥିତ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ ନୂଆ ଆଶା ଭରି ଦେଇଛି । ଏଥିପାଇଁ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି।












Click it and Unblock the Notifications