ଜାତିସଂଘ ସାସାକାୱା ପୁରସ୍କାର ପାଇଁ IMD ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ବିଷୟ
ଜାତିସଂଘ ସାସାକାୱା ପୁରସ୍କାର ପାଇଁ IMD ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆପଣଙ୍କ ସଠିକ ଆକଳନ ସହାୟକ ହୋଇଛି' । ସଠିକ ଆକଳନ ଅଗଣିତ ବହୁମୂଲ୍ୟ ଜୀବନ ରକ୍ଷା କରିପାରୁଛି'। ଜଣେ ଓଡ଼ିଆ ଭାବେ ରାଜ୍ୟ ଓ ଦେଶ ପାକିସ୍ତାନ ପାଇଁ ଏହା ଗର୍ବ ଓ ଗୌରବ' ।

ସୂଚନା ଯୋଗ୍ୟ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି। ଭାରତୀୟ ପାଣିପାଗ ବିଭାଗର ସରକାରୀ ଏକ୍ସ ହ୍ୟାଣ୍ଡେଲ ଶୁକ୍ରବାର ଏହି ଖବର ଘୋଷଣା କରାଯାଇଥିଲା । ପୋଷ୍ଟରେ ଲେଖାଯାଇଛି, "ଭାରତକୁ ଅଭିନନ୍ଦନ!! ଦେଶ ପାଇଁ ଗର୍ବର ମୁହୂର୍ତ୍ତ!! ଭାରତୀୟ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ପ୍ରତିଷ୍ଠିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ପାଇଛନ୍ତି! ବିଶ୍ୱ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସରେ ଏକ ପ୍ରମୁଖ ପଦକ୍ଷେପ!"
୧୯୬୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାର ରାଜଗୁରୁପୁରରେ ଜନ୍ମଗ୍ରହଣ କରିଥିବା ମହାପାତ୍ର ୧୯୮୮ ମସିହାରେ ପଦାର୍ଥ ବିଜ୍ଞାନରେ ଏମଏସସି ଏବଂ ପିଏଚଡି କରିବା ପରେ ଚାନ୍ଦିପୁରରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଜୁନିଅର ବୈଜ୍ଞାନିକ ସହାୟକ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୦ରୁ ୧୯୯୨ ପର୍ଯ୍ୟନ୍ତ, ସେ ବାଲେଶ୍ୱର ଜିଲ୍ଲାର ଡିକେ କଲେଜରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।












Click it and Unblock the Notifications