CM Bus Service Launch in Odisha: ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି
ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି। ଏହି ପ୍ରସ୍ତାବ ସମେତ ୫ଟି ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
କ୍ୟାବିନେଟ୍ ବୈଠକରେ ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
ସେହିପରି ଫ୍ୟାମିଲ ପେନସନ ବ୍ୟାବସ୍ଥା ପୂର୍ବରୁ ଅବିବାହିତ ଝିଅ ପାଇଁ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ଯଦି ଦିବ୍ୟାଙ୍ଗ ଝିଅ ହୋଇଥିବେ, ତାର ବାହାଘର ସରିଛି, ତଥାପି ପେନସନ ପାଇପାରିବେ। କେବଳ ପରିବାରର ଆୟ ୫ଲକ୍ଷରୁ କମ ଥିବ।













Click it and Unblock the Notifications