ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସୁବର୍ଣ୍ଣପୁରରେ ହେବ ୪ଟି ନଦୀଗର୍ଭ ଜଳାଶୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ୩୨୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ ସୁବର୍ଣ୍ଣପୁର ଠାରେ ନିର୍ମାଣ ହୋଇଥିବା ସର୍କିଟ ହାଉସର ଶୁଭ ଉଦଘାଟନ କରିଥିଲେ lଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁ ନିର୍ମାଣ, ସ୍ବାସ୍ଥ୍ୟସେବା ପ୍ରକଳ୍ପ, ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଛାତ୍ରାବାସ ଆଦି ରହିଛି। ଏପରିକି ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲାରେ ୪ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ଘୋଷଣା କରିଥିଲେ। ମହାନଦୀ ଉପରେ ଗୋଧନେଶ୍ବର, ଖଇରମାଳ, ଉଲୁଣ୍ଡା ହରିହର ଯୋର ଓ ବୀରମହାରାଜପୁରର ସୁରୁବାଲି ଯୋରରେ ନିର୍ମାଣ ହେବ। ପରେ ରାମେଶ୍ୱର ପଡିଆଠାରେ ଆୟୋଜିତ ହୋଇଥିବା ଜନସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ , ଜଉ ମା' ସୁରେଶ୍ଵରୀ କହି ଅଭିଭାଷଣ ଆରମ୍ଭ କରିଥିଲେ l

mohan majhi

ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆ ସରକାର ଆସିବା ପରେ ଲୋକଙ୍କ ବ୍ୟଥାକୁ ଶୁଣିବା ଓ ତା'ର ସମାଧାନ କରିବା ପାଇଁ ଉଦ୍ୟମ ଜାରି ରହିଛି। ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା କରାଯାଇଛି। ପିଏମ୍‌ କିଶାନ ଓ ସିଏମ୍‌ କିଶାନରେ ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି। ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ ଚାଷୀ କିଭଳି କ୍ଷତିପୂରଣ ପାଇବେ ଆମ ସରକାର ସେ ବ୍ୟବସ୍ଥା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଆମେ ପ୍ରତିଶ୍ରୁତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ। ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପରେ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। ସନ୍ଥକବି ଭୀମ ଭୋଇଙ୍କ ସିଦ୍ଧି ଓ ସାଧନା ପାଇଁ ଏବଂ ଏଠାରେ ଜଗନ୍ନାଥ ପାତାଳି ହୋଇଥିବାରୁ ଏହି ମାଟି ପବିତ୍ର ହୋଇଛି। ଆଗାମୀ ଦିନରେ ଜିଲାକୁ ସୁନାରେ ପରିଣତ କରାଯିବ। ଜିଲାର ବିକାଶ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+