ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀଙ୍କୁ ୫୬ କୋଟି ଟଙ୍କାର ବୋନସ୍‌ ଓ ପ୍ରୋତ୍ସାହନ

ଭୁବନେଶ୍ବର : କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା।ହିତାଧିକାରୀଙ୍କୁ ମିଳିବ ୫୬ କୋଟି ଟଙ୍କାର ବୋନସ୍‌ ଓ ପ୍ରୋତ୍ସାହନ। ଉପକୃତ ହେବେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ। ୨୦୨୨ ଶସ୍ୟବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା-୨୫୦ କୋଟି ଟଙ୍କା ।

କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ ।

ଚଳିତ ଜୁଲାଇ ମାସରେ ଏହି ବୋନସ୍‌ ଓ ପ୍ରୋତ୍ସାହନ ରାଶି ପାଇବେ ।୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିବ। ସେହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ ।

naveen_patnaik

୨୦୨୨ ଶସ୍ୟବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ, ଏହିପରି ମୋଟ ୮୩.୩୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ସେହିପରି ୨୦୨୨ ଶସ୍ୟବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା, ପାଣି ବୋତଲ ପାଇଁ ୨୦୦ ଟଙ୍କା ଏବଂ ଚପଲ ପାଇଁ ୧୬୦ ଟଙ୍କା, ଏହିପରି ଭାବେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧୩୬୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ପର୍ଯ୍ୟାୟରେ ମଧ୍ୟ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ପ୍ରତ୍ୟେକ ୧୫୦୦ ଟଙ୍କାର ସହାୟତା ରାଶି, ଏହିପରି ମୋଟ ୧୧୧.୨୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

ତୃତୀୟ ପର୍ଯ୍ୟାୟକୁ ମିଶାଇ ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ବୋନସ, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ବାବଦକୁ ଦିଆଯାଇଥିବା ମୋଟ ସହାୟତା ପରିମାଣ ୨୫୦.୭୮ କୋଟି ଟଙ୍କା ହେବ । ଯାହା କି ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ପାଇଁ ୨୦୨୨ ମସିହାରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୧୮. ୮୩ କୋଟି ଟଙ୍କାର ବୋନସ ଓ ସହାୟତା ପ୍ରଦାନ କରାଯାଇଥିଲା ।

୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ୨୦୨୧ ମସିହା ଠାରୁ ୧୧୧ ପ୍ରତିଶତ ଅଧିକ ସହାୟତା ରାଶି ପ୍ରଦାନ କରାଯାଉଛି ।

କେନ୍ଦୁପତ୍ର ହିତାଧିକାରୀମାନେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି । ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଆର୍ଥିକ ସହାୟତା ବିଶେଷ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+