ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଭେଟି: ୪% ବଢ଼ିଲା ମହଙ୍ଗା ଭତ୍ତା
DA Hike: ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪% ବଢ଼ିଲା ମହଙ୍ଗା ଭତ୍ତା । , ଉପକୃତ ହେବେ ସରକାରୀ କର୍ମଚାରୀ ଓ ପେନସନଭୋଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା ଆଜି କରିଛନ୍ତି। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ DA ୪୬ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି ।
ତେବେ ଏହା ଚଳିତ ବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ କରାଯାଇଛି । ଏହାର ଅର୍ଥ ହେଉଛି ଏପ୍ରିଲର ବର୍ଦ୍ଧିତ ଦରମା ସହିତ ରାଜ୍ୟ ସରକାରୀ କର୍ମଚାରୀମାନେ ଜାନୁଆରୀ ୨୦୨୪ରୁ ମାର୍ଚ୍ଚ ପର୍ଯ୍ୟନ୍ତ ୩ମାସର ବକେୟା ଟଙ୍କା ମିଳିବ ।

ଚଳିତ ବର୍ଷ ଏପ୍ରିଲ ମାସରେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦରମାରେରେ ମିଶି କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ । ସେହିପରି ପେନସନଭୋଗୀଙ୍କ ଟିଆଇରେ ମଧ୍ୟରେ ୪% ବୃଦ୍ଧି କରାଯାଇଛି। ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ଟଙ୍କା ମିଳିବ । ତେବେ ସାଢ଼େ ୪.୫ ଲକ୍ଷ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।












Click it and Unblock the Notifications