କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ, ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ରାଜ୍ୟରେ ପାଣିପାଗରେ ସମ୍ୟକ ପରିବର୍ତ୍ତନ ହୋଇଛି । କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏଥିପାଇଁ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାଳ ବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୭ରୁ ୮ ଡିଗ୍ରୀ ହ୍ରାସ ପାଇଛି ।

କଟକ, ଖୋର୍ଦ୍ଧା, ନାୟାଗଡ, ପୁରୀ, ଜଗତସିଂହପୁରରେ କାଳବୈଶାଖୀ ବର୍ଷା ନେଇ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ସତର୍କତା ଜାରି କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଥିଲା । ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ।

light rainfall in Cuttack-Bhubaneswar

ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗୀରରେ ୩୬.୨, ଟିଟଲାଗଡ ଓ ବାଲେଶ୍ୱରରେ ୩୬, ହୀରାକୁଦରେ ୩୫.୬, ଝାରସୁଗୁଡା ଓ କେନ୍ଦୁଝରରେ ୩୫.୪, କଟକରେ ୩୫ ଡିଗ୍ରୀ, ସମ୍ବଲପୁର , ମାଲକାନଗିରି ଓ ବୌଦ୍ଧରେ ୩୫ , ଭୁବନେଶ୍ୱରଓ ସୋନପୁରରେ ୩୪.୮, ରାଉରକେଲାରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+