For Quick Alerts
Turn On Notification  
For Daily Alerts
Oneindia App Download

ସାବିତ୍ରୀ ପାଇଁ ସଟର ଟାଣି ଦୋକାନ ଭିତରେ ଚାଲିଥିଲା ବେପାର, ପ୍ରଶାସନ ପହଞ୍ଚିଲା ପରେ....

କେନ୍ଦୁଝର ଜିଲ୍ଲା ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦୀର ଫେସନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରାଯାଇଛି । କାରଣ ହେଉଛି ଲୁଗା ଦୋକାନି ଜଣଙ୍କ ସଟର ଟାଣି ଭିତରେ ବେପାର କରୁଥିଲେ ।

|

କେନ୍ଦୁଝର: ଜିଲ୍ଲା ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦୀର ଫେସନକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସିଲ୍ କରାଯାଇଛି । କାରଣ ହେଉଛି ଲୁଗା ଦୋକାନି ଜଣଙ୍କ ସଟର ଟାଣି ଭିତରେ ବେପାର କରୁଥିଲେ ।

Cloth Store

ଦୋକାନ ଭିତରେ ଏକାଠି ହୋଇଥିଲେ ଦୁଇ ଶହରୁ ଅଧିକ ଗ୍ରାହକ । ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଟିମ୍ ପହଁଞ୍ଚି ଲୋକଙ୍କୁ ଦୋକାନରୁ ବାହାର କରିବା ସହ ଅନିର୍ଧିଷ୍ଟ ସମୟ ପାଇଁ ଦୋକାନକୁ ସିଲ୍ କରିଛନ୍ତି ।

ଉଲ୍ଲେଖଥାଉ କି, ରାଜ୍ୟରେ ଜାରି ରହିଥିବା ମହାମାରୀ ପରିସ୍ଥିତି ପାଇଁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦେଶ ରହିଛି । ହେଲେ ଆଗକୁ ସାବିତ୍ରୀ ଥିବାରୁ ଦୁଇ ପଇସା ମୁନାଫା ଆଶାରେ ଲୁଗା ଦୋକାନି ଏସବୁ ଖାତିର କରୁ ନଥିବା ଦେଖିବାକୁ ମିଳିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cloth Store Sealed At Anandpur Keonjhar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X