ଜଳବାୟୁ ପରିବର୍ତ୍ତନର ବଡ ପ୍ରଭାବ, ଜଲ୍ଦୀ ଛୁଇଁଲା ମୌସୁମୀ କିନ୍ତୁ ଏବେ ବର୍ଷାର ଦର୍ଶନ ନାହିଁ

ଜଳବାୟୁ ପରିବର୍ତ୍ତନର ପ୍ରଭାବ । ମୌସୁମୀ ଛୁଇଁଲା ହେଲେ ନାହିଁ ବର୍ଷା । ୧୪ ଦିନ ଯାଏ ଲାଗି ରହିପାରେ ଏପରି ସ୍ଥିତି । କେରଳ ଉପକୂଳକୁ ମୌସୁମୀ ୨୪ ମଇରେ ଛୁଇଁଥିଲା । ଏହାର ୪ ଦିନ ପରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା ମୌସୁମୀ । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଉତ୍ତରପୂର୍ବ ରାଜ୍ୟ ମୁହାଁ ହୋଇଛି । ଏହା ଶୁଷ୍କ ବାୟୁକୁ ଆକର୍ଷଣ କରିବା ସହ ମୌସୁମୀ ଅଗ୍ରସରରେ ବାଧା ସୃଷ୍ଟି କରିଥିଲା ।

monsoon

ଫଳରେ ୨୯ ମଇ ପରଠାରୁ ପରବର୍ତ୍ତୀ ୩ ଦିନ ହେବ ମୌସୁମୀ ବିରାମ ନେଇଛି । ଏହି ପ୍ରକ୍ରିୟା ଆଗାମୀ ୯-୧୦ ଲାଗିରହିବାର ସମ୍ଭାବନା ରହିଛି । ଅବପାତ ପ୍ରଭାବ ପରେ ଦୁଇଟି ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ସଂଲଗ୍ନ ଅଂଚଳରେ ସକ୍ରିୟ ହୋଇଥିବାରୁ ଉତ୍ତର ପଶ୍ଚିମ ଦିଗରୁ ଏହା ଶୁଷ୍କ ବାୟୁ ପ୍ରବାହକୁ ପ୍ରଶମିତ କରିବା ସହ ବିରାମକୁ ଆହୁରି ସକ୍ରିୟ କରିଛି । ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଗୁଳୁ ଗୁଳି ବଢିଛି ଏବଂ ବିଜୁଳି ଘଡ଼ଘଡ଼ି ବୃଦ୍ଧି ପାଇଁ ଅନୁକୂଳ ପାଣିପାଗ ସୃଷ୍ଟି ହୋଇଛି ।ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ସେଲସିୟସ୍‌ ରହିପାରେ। ୬ରୁ ୯ ତାରିଖ ପର୍ଯନ୍ତ ତାତି ଆଉ ୧ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ତେଣୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ଜାରି ରହିବ ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗୁଳୁଗୁଳି ପ୍ରାୟ ଲାଗି ରହିବ ।୨-୩ ଦିନ ପରେ ତାପମାତ୍ରା ଓ ଗୁଳୁଗୁଳି ସାମାନ୍ୟ ବଢ଼ିପାରେ । ୭ ଦିନ ପର୍ଯ୍ୟନ୍ତ ବର୍ଷାର ବିଷେଷ ସମ୍ଭାବନା ନାହିଁ । ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।୪ ତାରିଖରୁ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ ।

ରାଜ୍ୟରେ ଏବେ ବର୍ଷା ହଜିଯାଇଛି । କାଁ ଭାଁ ବର୍ଷା ହେଉଛି । ରବିବାର ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାକି ଅଞ୍ଚଳ ପ୍ରାୟତଃ ଶୁଖିଲା ରହିଥିଲା । ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଟାଏଁ ଟାଏଁ ଖରା ଯୋଗୁ ଜନଜୀବନ ନାକେଦମ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+