ସେପ୍ଟେମ୍ବର ୧୭ରୁ ପାଳନ ହେବ 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ, ଏଥର ଥିମ ରହିଛି 'ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା'

Odisha News: ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ । ଏହି ପରିପ୍ରେକ୍ଷାରେ ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ 'ସ୍ୱଚ୍ଛତା ହିଁ ସେବା' ପକ୍ଷ-୨୦୨୪ ସାରା ରାଜ୍ୟରେ ପାଳନ କରାଯିବ । ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ (ଥିମ୍‌) ରହିଛି ''ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା'' ।

ସ୍ୱଚ୍ଛତା ତଥା ପରିମଳ ରକ୍ଷା ପାଇଁ ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଥିବା ବେଳେ ଜନସାଧାରଣଙ୍କର ସହଭାଗିତା ଏବଂ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଗୁରୁବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ଅଭିଯାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଓ ସ୍ୱଚ୍ଛ ଭାରତ ମିଶନ (ସହର ) ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ବିଶେଷ କରି ଏହି ଦୁଇ ବିଭାଗ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର

କଲ୍ୟାଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସମେତ ଅନ୍ୟ ସଂପୃକ୍ତ ବିଭାଗ ସହଯୋଗରେ କରାଯିବ । ଏ ସଂପର୍କରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହେବ, ସେସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଉପସ୍ଥାପନ କରିଥିଲେ । ଏହି ଅଭିଯାନରେ ନାଗରିକ ସମୂହ, ବିଭିନ୍ନ ଗୋଷ୍ଠୀ ଓ ଅନୁଷ୍ଠାନମାନଙ୍କର ସଂପୃକ୍ତି, ସ୍ୱଚ୍ଛତା ଶପଥ ପାଠ, ବିଭିନ୍ନ ପ୍ରତିଯୋଗିତା, ପଦଯାତ୍ରା, ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ଓ ଜନସାଧାରଣଙ୍କର ଭାଗିଦାରିତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଭାବେ ଅଣଦେଖା ଏବଂ ଅବହେଳା କରାଯାଉଥିବା ଆବର୍ଜନା ସ୍ଥାନ, ନିୟମିତ ସ୍ୱଚ୍ଛତା ଅଭିଯାନରେ ସଫା କରାଯାଇ ପାରୁନଥିବା ସ୍ଥାନ, ପରିବେଶ ଓ ସ୍ୱାସ୍ଥ୍ୟରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ସ୍ଥାନରେ ପରିଚ୍ଛନ୍ନତା ଓ ପରିମଳକୁ ଗୁରୁତ୍ୱ ଦିଆଯିବ ।

Odisha Newa

ଏ ସବୁ ବ୍ଲାକ ସ୍ପଟ ସ୍ଥାନ ଭାବରେ ଚିହ୍ଟଟ ହେଉଛି । ମ୍ୟାପିଂ ପରେ ବ୍ଲାକ୍ ସ୍ପଟଗୁଡିକ ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍‌ ଭାବେ ଗଣାଯାଇ ସେସବୁ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯିବ । ସାର୍ବଜନୀନ ସ୍ଥାନ, କାର୍ଯ୍ୟାଳୟ, ଅନୁଷ୍ଠାନିକ କୋଠା, ବାଣିଜ୍ୟିକ ଏବଂ ବଜାର ଅଞ୍ଚଳ, ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପରିବହନ କେନ୍ଦ୍ର, ପ୍ରମୁଖ ସଡ଼କ ଓ ରାଜପଥ, ରେଳ ଧାରଣା ସ୍ଥଳ, ଜଳାଶୟ -ନଦୀ, ହ୍ରଦ, ପୋଖରୀ, ଡ୍ରେନ୍ , ପର୍ଯ୍ୟଟନସ୍ଥଳୀ, ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥାନରେ ସଫେଇ କରାଯିବ । ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯିବ ।

ଅକ୍ଟୋବର ୨ ତାରିଖ ରାଜ୍ୟସ୍ତରୀୟ ସ୍ୱଚ୍ଛ ଭାରତ ଦିବସ ସମାରୋହର ସ୍ଥାନ ନିର୍ଦ୍ଧାରଣ କରାଯିବ । ସମାରୋହରେ ସ୍ୱଚ୍ଛତା ସେବା ଏବଂ ସ୍ୱଚ୍ଛତା ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀ, ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ । ବିଭିନ୍ନ ବିଭାଗ ତରଫରୁ କି କି ଭୂମିକା ରହି ଓ କାର୍ଯ୍ୟକ୍ରମ କରାଯିବ, ସେ ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା । ସେପ୍ଟେମ୍ବର ୧୭ରୁ ସ୍ୱଚ୍ଛତା ହିଁ ସେବା -୨୦୨୪ ଅଭିଯାନ ପକ୍ଷ ଆରମ୍ଭ ଏବଂ ୨ ଅକ୍ଟୋବରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅଧିକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯିବ ।

ଏହି ଅଭିଯାନରେ ସ୍ୱଚ୍ଛତା ପାଇଁ ପରାମର୍ଶ ଗ୍ରହଣ ଓ ନାଗରିକଙ୍କ ଅଂଶଗ୍ରହଣ, ଆବର୍ଜନା ସ୍ଥାନ ସଫା କରାଯିବା ସହ ମେଗା ସ୍ୱଚ୍ଛତା ଅଭିଯାନ ଏବଂ ସଫେଇ କର୍ମଚାରୀଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ପୁରସ୍କୃତ କରାଯିବ । ସ୍ୱଚ୍ଛତା ହିଁ ସେବା ଅଭିଯାନ କେବଳ ପାଳନରେ ସୀମିତ ନରହି ସବୁବେଳେ ଯେପରି ସ୍ୱଚ୍ଛତା ରକ୍ଷା କରାଯାଇପାରିବ, ସେଥିପ୍ରତି ପ୍ରତିବଦ୍ଧ ରହିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍., ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଳବନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+