ଘରକୁ ଥରେ ଏମିତି ପୋଛନ୍ତୁ , ସର୍ବଦା ରହିବ ଶୁଖସାନ୍ତି ଓ ସକରାତ୍ମକ ବାତାବରଣ
ଭୁବନେଶ୍ୱର: ବାସ୍ତୁ ର ଏହି ନିୟମ ଗୁଡ଼ିକୁ ପାଳନ କରାଗଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଗୃହରେ ସୁଖଶାନ୍ତ ପ୍ରବେଶ କରି ଥାଏ । ପୂର୍ବ ଦିଗରେ ଘରର ସମ୍ପତ୍ତି ଆଲ ମୀର ରଖିବାଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ପୂର୍ବ ଦିଗରେ ଆଲମିରା ରଖିବା ଦ୍ୱାରା ଘରେ ଦ୍ୱାରା ଧନ ସମ୍ପତ୍ତି ର ବୃଦ୍ଧି ହୋଇଥାଏ ।
ପ୍ରାୟତଃ ଘରର ଆଲମୀରାରେ ଟଙ୍କା ଓ ମୂଲ୍ୟବାନ ଜିନିଷ ରଖାଯାଇଥିାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆଲମୀରା ନିକଟରେ ଝାଡ଼ୁ ରଖିବା ଉଚିତ ନୁହେଁ । ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ଥରେ ପାଣି ରେ ଲୁଣ ପକାଇ ନିଶ୍ଚୟ ଘ ର ପୋଛନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ଓ ସକରାତ୍ମକ ବାତାବରଣ ସର୍ବଦା ରହିଥାଏ ବୋଲି ବିଶ୍ୱାସ ରହିଛି ।

ଆପଣଙ୍କ ଶୋେଇବା ଘରେ ପୂଜା ସ୍ଥାନ ଥିଲେ ଘରେ କଳହ ଓ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ଝାଡ଼ୁ ଦାନ କରନ୍ତି ଏହା ଘର ପାଇଁ ଅଶୁଭ ଫଳ ଆଣିଥାଏ ବୋଲି ରହିଛି ବିଶ୍ୱାସ । ଘରର ଐଶାନ୍ୟ କୋଣରେ ଏକ ପାତ୍ରରେ ଲୁଣ ଭର୍ତ୍ତି କରି ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ଧନର ଅଭାବ ହୋଇନଥାଏ । ଘରର ଗାଧୁଆ ଘରର କବାଟ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଘରର ବାସ୍ତୁ ଦୋଷ ସମସ୍ୟା ଥିଲେ ମା ଲକ୍ଷ୍ମୀ ସେଠାରେ ବାସ କରିନଥାନ୍ତି । ବାସ୍ତୁରେ ପ୍ରତ୍ୟେକ ଜିନିଷ ଦିଗ ନିର୍ଦ୍ଧାରିତ ହୋଇ ରହିଛି । ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ନିୟମ ମାନି ଏହାର ପାଳନ କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ମା ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରିଥାନ୍ତିି । ଆଉ ଯାହା ଦ୍ୱାରା ଘରେ ଟଙ୍କା ପଇସାର ଅଭାବ ଦ୍ୱର ହୋଇଥାଏ ଆଉ ସର୍ବଦା ଘରେ ଶୁଖ ସାନ୍ତି ଭରି ରହିଥାଏ ।












Click it and Unblock the Notifications