ଆଜିଠାରୁ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପାଠପଢ଼ା ଆରମ୍ଭ
ସ୍କୁଲ ଓ କଲେଜ ପରେ ଆଜିଠାରୁ ସବୁ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆରମ୍ଭ ହୋଇଛି କ୍ଲାସରୁମ୍ ପାଠପଢା। କୋଭିଡ ନିୟମକୁ କଡାକଢି ଭାବେ ପାଳନ କରି ପାଠପଢା ଆରମ୍ଭ ହୋଇଛି ।
ଭୁବନେଶ୍ୱର: ସ୍କୁଲ ଓ କଲେଜ ପରେ ଆଜିଠାରୁ ସବୁ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଆରମ୍ଭ ହୋଇଛି କ୍ଲାସରୁମ୍ ପାଠପଢା। କୋଭିଡ ନିୟମକୁ କଡାକଢି ଭାବେ ପାଳନ କରି ପାଠପଢା ଆରମ୍ଭ ହୋଇଛି । ଗତ ୧୦ ତାରିଖରୁ ସବୁ ଇଞ୍ଜିନିୟରିଂ ଓ ଆଇଟିଆଇ କଲେଜ ଖୋଲିଥିବା ବେଳେ ଆଜିଠାରୁ ପାଠପଢା ଆରମ୍ଭ ହୋଇଛି ।

ହଷ୍ଟେଲରେ ଅନ୍ତେବାସୀମାନେ ୧୦ ତାରିଖରୁ ରହିବା ଆରମ୍ଭ କରି ଦେଇଥିଲେ । ଭିଡ଼ କମାଇବା ଲାଗି ଏକାଧିକ ବ୍ୟାଚ କରି ଅଧିକ ସମୟ ପାଠ ପଢାଯିବ । ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଥିଲା।
ଅନ୍ୟପଟେ ଗତ ଜାନୁଆରୀ ୧୧ ତାରିଖରୁ କୋଭିଡ୍ କଟକଣା ଭିତରେ ଖୋଲିଛି କଲେଜ ଓ ବିଶ୍ୱବିଦ୍ୟାଳୟ। ରାଜ୍ୟର ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ UG/PG ଶେଷବର୍ଷ ପାଠପଢା ଆରମ୍ଭ ହୋଇସାରିଛି।












Click it and Unblock the Notifications