ନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ସୁରକ୍ଷିତ ଉଦ୍ଧାର
ବୌଦ୍ଧ ଜିଲ୍ଲା ମର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଲେ ନାବାଳିକା। କିଛି ସମୟ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି।

ଆଜି ସକାଳେ ନାବାଳିକା ଜଣଙ୍କ ମର୍ଜାକୁଦ ବ୍ରିଜ ଉପରେ ଚପଲ ରଖି ହଠାତ୍ ମହାନଦୀକୁ ଡେଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହା ଦେଖି ଜୋରରେ ଚିତ୍କାର କରିଥିଲେ। ନଦୀରେ ଥିବା ନାଉରିଆ ଲୋକଙ୍କ ଚିତ୍କାର ଶୁଣି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି କରିଥିଲେ।
କିଛି ସମୟ ଧରି ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ପରେ ଆମ୍ବୂଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ନାବାଳିକା ଜଣଙ୍କ କାହିଁକି ମହାନଦୀକୁ ଡେଇଁ ପଡ଼ିଲେ, ଏହା ପଛରେ କ'ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ।












Click it and Unblock the Notifications