ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ:ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ
Odisha News: ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଘଟଣ ପରେ ହଷ୍ଟେଲ ଛାଡ଼ିଛନ୍ତି ୧୭୦ ଅନ୍ତେବାସୀ । ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଗତକାଲି ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଛାତ୍ରୀ ଜଣଙ୍କ ନାଁ ହେଲା ଅନ୍ୱେଷା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ହୋଇଥିଲା ଯେଉଁଥିରେ ମୃତ ନାବାଳିକାଙ୍କ ପରିବାର ଲୋକ ମଧ୍ୟ ଯୋଗ ଦେଇଥିଲେ ଏବଂ ଝିଅ ସହ ଭେଟି ଅପରାହ୍ନରେ ଘରକୁ ଫେରିଥିଲେ । ପରେ ସନ୍ଧ୍ୟା ପ୍ରାର୍ଥନାରେ ଛାତ୍ରୀ ଜଣକ ଅନୁପସ୍ଥିତ ଥିଲେ ଯାହାର ପରେ ତାଙ୍କୁ ଖୋଜାଖୋଜି କରିବା ସମୟରେ ତୃତୀୟ ମହଲାର ବାଲକୋନୀରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।

ଏପରି ଘଟଣା ପରେ ହଷ୍ଟେଲ ପକ୍ଷରୁ ତୁରନ୍ତ ଉଦଳା ପୋଲିସକୁ ସୂଚନା ଦିଆଯାଇଥିଲା ।ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ରହିଛି ।












Click it and Unblock the Notifications