ଜାନୁଆରି ୨ରୁ +2 ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ଵର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ +2 ପ୍ରାକ୍ଟିକାଲ ପରୀକ୍ଷା ୨୦୨୫ ଜାନୁଆରି ୨ ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ ତା'ପୂର୍ବରୁ ଡିସେମ୍ବର ୨୩ ରୁ ୩୦ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ କରାଯିବ ବୋଲି ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରାକ୍ଟିକାଲ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବେ ଏବଂ ୧୫ ମିନିଟ୍ ପୂର୍ବରୁ ସିଟ୍‌ରେ ବସିବେ ସିସିଟିଭି ନଜରରେ ସମ୍ପୂର୍ଣ୍ଣ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପୂର୍ବରୁ ଯେପରି ସିସିଟିଭି ଲାଗିବ କେନ୍ଦ୍ର ସୁପରିଟେଣ୍ଡେଣ୍ଟମାନେ ତାହାକୁ ସୁନିଶ୍ଚିତ କରାଇବେ ଯଦି କୌଣସି ପ୍ରକାର ତ୍ରୁଟି ଦେଖାଯାଏ ତାହା ହେଲେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। ସେହିପରି ଡିସେମ୍ବର ୨୩ରୁ ୩୦ ତାରିଖ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ, କରେସ୍ପୋଣ୍ଡାନ୍ସ ପାଠ୍ୟକ୍ରମର ଇଣ୍ଟରନାଲ ଆସେସ୍‌ମେଣ୍ଟ ହେବ ପ୍ରାକ୍ଟିକାଲ ନ ଥିବା ବିଷୟଗୁଡ଼ିକ ୧୦ ଓ ୨୦ ମାର୍କ ବିଶିଷ୍ଟ ରହିବ ଏବଂ ସମୟ ଅବଧି ୪୫ ମିନିଟ୍ ରଖାଯାଇଛି |

Class 12 Practical Exam

ବାଣିଜ୍ୟ ବିଭାଗର ପ୍ରୋଜେକ୍ଟଗୁଡ଼ିକ ୨୦ ମାର୍କ ବିଶିଷ୍ଟ ହେବାକୁ ଥିବା ବେଳେ ପରୀକ୍ଷା ଅବଧି ୨ ଘଣ୍ଟା ରଖାଯାଇଛି। ଇଣ୍ଟରନାଲ୍ ଆସେସ୍‌ମେଣ୍ଟର ପ୍ରଶ୍ନପତ୍ରଗୁଡ଼ିକ ସିଲାବସ୍ ଅନୁଯାୟୀ ଶିକ୍ଷକମାନେ ପ୍ରସ୍ତୁତ କରିବେ। ପ୍ରୋଜେକ୍ସ ୱାର୍କଗୁଡ଼ିକ ୬ ପୃଷ୍ଠା ମଧ୍ୟରେ ରହିବା ଆବଶ୍ୟକ ଥିଓରି ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+