ବଜ୍ରାଘାତରେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ
ବଜ୍ରାଘାତରେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ । ବମକେଇ-କୁମରଡ଼ା ରାସ୍ତାରେ ଛାତ୍ର ବଜ୍ରାଘାତର ଶିକାର ହୋଇଛି । ବଜ୍ରାଘାତ ପରେ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।ନାରାୟଣପାଟଣା ଗାଁର ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ।

ରାଜ୍ୟରେ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି। ଶୁକ୍ରବାର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଶନିବାର ପାଇଁ ୨୭ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।
ଉତ୍ତର ପଶ୍ଚିମ ଓଡ଼ିଶାର ୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ସହ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ପଡ଼ିବ। ଏଥିପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ସମେତ ୧୮ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ତେବେ ଆସନ୍ତା ୨୪ ତାରିଖ ଯାଏ ଏଭଳି ପାଗ ରହିବ। ଏହାପରେ ପାଗ ପୁଣି ବଦଳିପାରେ ବୋଲି ପୂର୍ବାନୁମାନ କରାଯାଇଛି। କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ଶିମିଳିପାଳ ବନ୍ଦ ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications