ଅନଲାଇନ୍ ଗେମ୍ ନେଲା ଜୀବନ ! ଘର ଭିତରୁ ମିଳିଲା ଛାତ୍ରୀଙ୍କ ମୃତଦେହ
Odisha News: ଅନଲାଇନ୍ ଗେମ୍ ନେଲା ଜୀବନ । ଏପରି ଘଟଣା ରାୟଗଡ଼ା ରାମନାଗୁଡା ଥାନା ଗଣପତିଗୁଡାରେ ଘଟିଛି । ଆତ୍ମହତ୍ୟା କରିଥିବା ନାବାଳିକା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସେ ଚଳିତ ବର୍ଷ ଦଶମ ପରୀକ୍ଷା ମଧ୍ୟ ଦେଇଥିଲେ । ଛାତ୍ରୀ ଜଣକ ନାମ ହେଲା ସାଇନା ସାହୁ ସେ ନିଜ ଶୌଚାଳୟରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି ।

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଯାଞ୍ଚ ଆରମ୍ଭ କରିଛି । ମୃତ ଦେହ ଉଦ୍ଧାର କରି ପୋଷ୍ଟମଟମ ଗୁଣୁପୁର ଉପଖଣ୍ତସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଏକ ଗେମ ସଂସ୍ଥା ପକ୍ଷରୁ ଗେମ୍ ଖେଳୁଥିଲେ ଯେଉଁଥିରେ ସେ ୪ ଲକ୍ଷ ଟଙ୍କା ଜିତିଥିଲେ । ହେଲେ ତାଙ୍କୁ ସେ ଟଙ୍କା ମିଳି ନଥିଲା ଯେଉଁଥି ପାଇଁ ସେ ଉକ୍ତ କମ୍ପାନୀକୁ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ । ତେବେ ଟଙ୍କା ନ ପାଇବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି ।












Click it and Unblock the Notifications