Get Updates
Get notified of breaking news, exclusive insights, and must-see stories!

ବିଧାନସଭା ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ମୁହାଁମୁହିଁ, କଂଗ୍ରେସ ଭବନରେ ପଶି ପିଟିଲା ପୋଲିସ୍‌

ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା । ଗତକାଲି ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ପରେ ଆଜି ଛାତ୍ର କଂଗ୍ରେସ କରିଛି ପ୍ରତିବାଦ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ଦେଖିବାକୁ ମିଳିଛି ତୁମୁଳ କାଣ୍ଡ ।

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା । ଗତକାଲି ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ପରେ ଆଜି ଛାତ୍ର କଂଗ୍ରେସ କରିଛି ପ୍ରତିବାଦ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ଦେଖିବାକୁ ମିଳିଛି ତୁମୁଳ କାଣ୍ଡ । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଯୁବ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ହଲ୍ଲାବୋଲ ଡାକରା।

Congress Workers

ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ ବେଳେ ପୋଲିସ ଲାଠିମାଡ଼ କରିଥିଲା। ଏଥିରେ କିଛି କର୍ମୀଙ୍କ ମୁଣ୍ଡଫାଟିଥିବାର ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, କଂଗ୍ରେସ ଦଳୀୟ କାର୍ଯ୍ୟାଳୟ ଭିତରେ ପଶି ବି ପୋଲିସ କର୍ମୀମାନଙ୍କୁ ପିଟିଛି।

ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର କଂଗ୍ରେସର ଶତାଧୀକ କର୍ମୀ ବିଧାନସଭା ମୁହାଁ ହେଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଛାତ୍ର କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସ୍ ଲାଠିଚାର୍ଜ କରିଥିଲା। ଗୋଡ଼ାଇ ଗୋଡ଼ାଇ ପୋଲିସ୍ ସେମାନଙ୍କୁ ପିଟିଥିଲା। ଏମିତିକି ମାଡ଼ ଭୟରେ କଂଗ୍ରେସ ଭବନ ଭିତରେ ପଶି ଯାଇଥିବା କର୍ମୀମାନଙ୍କୁ ବି ପୋଲିସ୍ ପିଟିଥିବା ଅଭିଯୋଗ ହୋଇଛି। ପୋଲିସ୍ ମାଡ଼ରେ ଅନେକ କର୍ମୀଙ୍କୁ ଆଘାତ ଲାଗିଛି। କିଛି ଜଣଙ୍କ ମୁଣ୍ଡ ବି ଫାଟିଛି।

Congress Workers

ପୋଲିସ ଡିସିପି କହିଛନ୍ତି, ପୋଲିସ ଗାଡ଼ି ଜାଳିବାକୁ ଉଦ୍ୟମ ହୋଇଛି। ଅପରପକ୍ଷରେ ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, ବିଜେଡି କର୍ମୀମାନେ ପୋଲିସ ଗାଡ଼ି ଜାଳିବାକୁ ଉଦ୍ୟମ କରିଥିଲେ। ସିସିଟିଭିରେ ଏସବୁ କଏଦ ଅଛି। ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଲେ ପ୍ରତିବାଦ କରୁଥିବା କଂଗ୍ରେସ କର୍ମୀ। ଆଜି ପ୍ରତିବାଦ ବେଳେ ଟମାଟୋ ମାଡ଼, ଅଣ୍ଡା ମାଡ଼ ଓ ପଥର ମାଡ଼ ଆଦି ଦୃଶ୍ୟ ଦେଖିବାକୁ ମିଳିଛି ।

ଡିସିପିଙ୍କ କଥାକୁ ଖଣ୍ଡନ କରି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, କଂଗ୍ରେସ କର୍ମୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲା। ଏହାକୁ ଭଣ୍ଡୁର ପାଇଁ ପୋଲିସ୍‌ ଚକ୍ରାନ୍ତ କରି ଏପରି ଦମନଲୀଳା ଚଳାଇଛି। କୌଣସି କଂଗ୍ରେସ କର୍ମୀ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରି ନାହାନ୍ତି। ବିଜେଡି ଗୁଣ୍ଡାଙ୍କ ସହାୟତାରେ ପୋଲିସ୍‌ ଏପରି ଚକ୍ରାନ୍ତ କରିଛି।

Congress Workers

ପ୍ରତିବାଦରେ ଶତାଧୀକ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନଠାରେ ରାସ୍ତା ଅବରୋଧ କରିଛନ୍ତି । କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିବା ପୁଲିସ୍‌ କର୍ମଚାରୀ ଗିରଫ ନ ହେବା ଯାଏ ଆନ୍ଦୋଳନ ସ୍ଥଳରୁ ଉଠିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି। ଏଥିସହ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବି ଚେତାବନୀ ଦେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+