ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର, ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି
ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ମମିତା ହତ୍ୟା ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ କରିଛି। ପୋଲିସ ସହ ଧସ୍ତାଧସ୍ତି ବେଳେ ବିଜେପି କର୍ମୀ ମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବାରୁ ମୃଦୁ ଲାଠି ଚ
ଭୁବନେଶ୍ବର: ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ମମିତା ହତ୍ୟା ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ କରିଛି। ପୋଲିସ ସହ ଧସ୍ତାଧସ୍ତି ବେଳେ ବିଜେପି କର୍ମୀ ମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବାରୁ ମୃଦୁ ଲାଠି ଚାର୍ଜ କରିଛନ୍ତି ସୁରକ୍ଷାକର୍ମୀ ।

ମମିତା ମେହେର ପ୍ରସଙ୍ଗରେ ବିଧାନସଭା ପରେ ପ୍ରତିବାଦକୁ ଓହ୍ଲାଇଥିଲା ବିଜେପି । ବିଜେପି ଯୁବମୋର୍ଚାର କର୍ମୀମାନେ ଶୋଭାଯାତ୍ରା କରିବାବେଳେ ଲୋୟର ପିଏମଜିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରତିବାଦ ଶୋଭାଯାତ୍ରାବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ।
ପୋଲିସ ଭ୍ୟାନକୁ ଟେକା ଫୋପାଡିଲେ ବିଜେପି କର୍ମୀ
ବିଜେପି କର୍ମୀମାନେ ପୋଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମୁଣ୍ଡ ଫାଟିଯାଇଛି । ମମିତା ପ୍ରସଙ୍ଗରେ ଶୋଭାଯାତ୍ରା କରି ବିଧାନସଭା ଘେରିବାକୁ ବିଜେପି ଯୁବ ମୋର୍ଚ୍ଚା ରାମ ମନ୍ଦିର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜି ଅଭିମୁଖେ ଯାଇଥିଲେ । ଏହି ସମୟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ।
ସୂଚନାଥାଉ କି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ବାହାରିଥିଲା ଶୋଭାଯାତ୍ରା । ବିଧାନସଭା ଘେରାଉ ପାଇଁ ମାଷ୍ଟରକ୍ୟାଣ୍ଟିନ ଦେଇ ଲୋୟର ପିଏମଜି ଆଡ଼େ ମାଡ଼ି ଯାଇଥିଲେ ଶହ ଶହ ବିଜେପି ଯୁବ ଓ ମହିଳା କର୍ମୀ । ପୋଲିସ କର୍ଡ଼ନ ଭାଙ୍ଗିବାକୁ ଭରପୂର ଉଦ୍ୟମ କରିଥିଲେ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications