କଟକ ଭସାଣିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଘଣ୍ଟା ବନ୍ଦ ରହିଲା ମେଲାଣି

କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପୋଲିସର ଲାଠି ଚାର୍ଜ। ଢେଲାମାଡ଼ରେ ଡିସିପି ଆହତ । ଢେଲା ମାଡ଼ରେ କଟକ ଡିସିପି ଋଷିକେଷ ଖିଲାରୀ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଛି । ସେପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ କରାଯାଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି ।

ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଲାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି । ନାରାବାଜିକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି । ଏଥିରେ ୮ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

ମାଆଙ୍କ ମେଲାଣି ଶୋଭାଯାତ୍ରା ସମୟରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ମାଡ଼ ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ କଟକ ଡିସିପି ଆହତ ହୋଇଛନ୍ତି । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା। ମେରିଆ ବଜାର ଛକରେ ମେଢ଼ ରଖି ରାସ୍ତାରୋକ କରାଯାଇଛି ।

Clash between two groups in Cuttack Bhasani

କଟକରେ ଗୋଷ୍ଠୀ ସଂଘର୍ଷ:

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରl କରି ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଥିଲା। ଶୋଭାଯାତ୍ରାରେ ବାଜୁଥିବା ଗୀତକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ, ଏହାପରେ ଦରଘାବଜାର ଜେଲ ରୋଡ଼ର ଏକ ନିର୍ଦ୍ଧିଷ୍ଟ ଦିଗରୁ ହଠାତ୍ ଢେଲା ମାଡ଼ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ଢ଼େଲା ମାଡ କରିଥିଲେ, ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ସେଠାରେ ଥିବା ଯାନ ବାହାନ ମଧ୍ୟ ଭାଙ୍ଗି ଯାଇଥିଲା। ଏହାପରେ ପରିସ୍ଥିତି କିଛି ସମୟ ପାଇଁ ଶାନ୍ତ ପଡିବା ପରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ପଛରେ ଥିବା ରାଉସାପାଟଣା ମେଢ ଆସିବା ସମୟରେ ପୁଣି ଢ଼େଲା ପଥର ମାଡ଼ ହୋଇଥିଲା । ସେପଟେ ଏଭଳି ଘଟଣା ପ୍ରତିବାଦରେ ଶୋଭାଯାତ୍ରାକାରୀମାନେ ରାସ୍ତା ଉପରେ ଧାରଣାରେ ବସିବା ସହ ସମସ୍ତ ମେଢ଼ଗୁଡିକ ଶୋଭାଯାତ୍ରା ବନ୍ଦ କରିଦେଇଥିଲେ । ଫଳରେ ରାତି ସାଢେ ୨ଟା ପରେ ଏହି ରାସ୍ତାରେ ଭସାଣି ଶୋଭାଯାତ୍ରା ବନ୍ଦ ହୋଇଥିଲା । ରାସ୍ତାରେ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ପ୍ରତିମା ଅଟକି ରହିଥିଲା ।

କଟକ ଡିସିପି ଆହତ:

ପରିସ୍ଥିତିକୁ ନିୟନ୍ତ୍ରଣକୁ କରିବା ପାଇଁ ଘଟଣା ସ୍ଥଳରେ କଟକ ଡିସିପି ଋଷିକେଷ ଖିଲାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଦୁର୍ବୃତ୍ତଙ୍କ ଢ଼େଲା ମାଡ଼ରେ ସେ ମଧ୍ୟ ଆହତ ହୋଇଛନ୍ତି । ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠିମାଡ କରାଯାଇଥିବା ବେଳେ ଘଟଣା ସ୍ଥଳରେ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ କରାଯାଇଛି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+