ପୁରୀରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ, ମହାପ୍ରଭୁଙ୍କୁ କଲେ ଦର୍ଶନ

ଓଡିଶା ଗସ୍ତରେ ଅଛନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଲିତ। ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।

ପୁରୀ: ଓଡିଶା ଗସ୍ତରେ ଅଛନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁୟୁ ଲଲିତ। ଆଜି ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଶନିବାର କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିର ନବମ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପରେ ପୁରୀ ଗସ୍ତ କରିଥିବା ଜଣାପଡ଼ିଛି।

Chief Justice of India

ସୂତ୍ରରୁ ପ୍ରକାଶ ଯେ ଭାରତର ମୁଖ୍ୟ ବିଚାରପତି ଭାବରେ ଯୋଗ ଦେବା ପରେ ଏହା ତାଙ୍କର ପ୍ରଥମ ପୁରୀ ଜଗନ୍ନାଥ ମନ୍ଦିର ଗସ୍ତ ଥିଲା। ଜଷ୍ଟିସ ଲଲିତ ଗତକାଲି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ ଏବଂ ଯୋଗ୍ୟ ଛାତ୍ରମାନଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ । ସିଜେଆଇ ଅପରାହ୍ନରେ ପୁରୀ ଅଭିମୁଖେ ବାହାରି ସନ୍ଧ୍ୟାରେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ।

ସୁପ୍ରିମକୋର୍ଟର 49 ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଜଷ୍ଟିସ୍ ଉଦୟ ଉମେଶ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ । ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର 74 ଦିନ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+