ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ, ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ

ଆନ୍ଦୋଳନରୁ ଓହରଲେ ଅମଲା କର୍ମଚାରୀ । ୧୫ ଦିନ ପରେ ଆଜି କାର୍ଯ୍ୟରେ ଯୋଗ ଦେବେ ଅମଲା । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ବ ବିଭାଗର ଚିଠି ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଛନ୍ତି ଅମଲା ସଂଘ ସଭାପତି ।

union suspends protest

ଗତ ୧୫ ଦିନ ହେବ ୧୦ ଦଫା ଦାବିରେ ଆନ୍ଦୋଳନ କରୁଥିଲେ ରାଜସ୍ବ ଅମଲା ସଂଘ । ଫଳରେ ଜମିଜମା କାମ ପାଇଁ ଆସୁଥିବା ଲୋକଙ୍କ ପାଇଁ ନାହିଁନଥିବା ସମସ୍ୟା ହେଉଥିଲା। ବାଧ୍ୟ ହାଇ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ୍ କରିଥିଲା ରାଜସ୍ବ ଓ ବୀପର୍ଯ୍ୟନ ପରିଚାଳନା ବିଭାଗ । ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ । ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+