ନିଜକୁ ନିଜ ଗୁଳି କଲେ CISF ଯବାନ
Crime News: ନିଜକୁ ନିଜ ଗୁଳି କଲେ CISF ଯବାନ । ଷ୍ଟିଲ୍ ପ୍ଲାଣ୍ଟରେ ଡ୍ୟୁଟି ଦେବା ସମୟରେ ହଠାତ୍ ନିଜ ବନ୍ଧୁକରେ ମୁଣ୍ତକୁ ଗୁଳି କରିଥିଲେ । ପରେ ତାଙ୍କୁ ତୁରନ୍ତ IGH ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ମୃତ ଯବାନ ଜଣକ ହେଲେ କେରଳବାସିନ୍ଦା, ସେ କାହିଁକି ଏପରି କଲେ ତାହା କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ନେଇ ସୂଚନା ରହିଛି । ତେବେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications