ଦୁର୍ଘଟଣାରେ CISF ଯାବାନ ମୃତ
ଦୁର୍ଘଟଣାରେ ପ୍ରାଣ ହରାଇଲେ ଏଏସଆଇ। ଭୁବନେଶ୍ୱର ଏୟାରପୋର୍ଟକୁ ରାତି ଡ୍ୟୁଟିରେ ଯିବା ବାଟରେ ଧକ୍କା ଦେଲା କାର୍। ଚିକିତ୍ସାଧୀନ ଅବସ୍ଥାରେ ଆଜି CISF ଏଏସଆଇ ନିରଞ୍ଜନ ପ୍ରଧାନଙ୍କର ମୃତ୍ୟୁ ହୋଇଛି। ଗତକାଲି CISF ଏଏସଆଇ ନିରଞ୍ଜନ ପ୍ରଧାନ ପୋଖରୀପୁଟରୁ କାରଗିଲ ବସ୍ତି ଦେଇ ବିମାନବନ୍ଦର ଯାଉଥିଲେ।

ଏତିକିବେଳେ ନିରଞ୍ଜନଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା ଏକ କାର୍। ତାଙ୍କ ମୁଣ୍ଡ ଓ ବେକରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଆଜି ସକାଳେ ଆଖି ବୁଜିଛନ୍ତି CISF ଏଏସଆଇନିରଞ୍ଜନ।












Click it and Unblock the Notifications