ଓଡ଼ିଶାର ମାଲୁଦରୁ ଯାତ୍ରାରମ୍ଭ କରି ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ କୋଣାର୍କଠାରୁ ୧୨୫ କିଲୋମିଟର ଯାତ୍ରାକରି ମାର୍ଚ୍ଚ ୧୪, ୨୦୨୫ରେ ମାଲୁଦରେ ପହଞ୍ଚିଥିଲା । ସାଇକେଲ ଚାଳକମାନେ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଥିରେ ସେମାନେ ସାମାଜିକ ସୁରକ୍ଷା, ପରିବେଶ ସଂରକ୍ଷଣ କ୍ଷେତ୍ରରେ ସାମୂହିକ ଯୋଗଦାନ ପାଇଁ ମିଳିତ ପ୍ରତିଶ୍ରୁତିକୁ ଦୋହରାଇଥିଲେ

ଗତ କିଛି ଦିନ ଧରି ସାଇକେଲ ଚାଳକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ୮୦୦ କିଲୋମିଟର ଅତିକ୍ରମ କରି ସ୍ଥାନୀୟ ଲୋକମାନଙ୍କ ସହ ସକ୍ରିୟ ଭାବେ ମତବିନିମୟ କରିବା ସହ ସଚେତନତା ସୃଷ୍ଟି କରିଥିଲେ। ଏହି ଯାତ୍ରା ବଖାଲିରୁ ଆରମ୍ଭ ହୋଇଥିବା ବେଳେ ଏହା ପରେ ପଶ୍ଚିମବଙ୍ଗର ହଲଦିଆ ଓ ଦୀଘାରେ ପହଞ୍ଚିଥିଲା। ଓଡିଶାରେ ପ୍ରବେଶ କରିବା ପରେ ସେମାନେ ଚାନ୍ଦିପୁର, କୈଥକୋଲା, ପାରାଦୀପ, କୋଣାର୍କ ଓ ମାଲୁଦ ଦେଇ ଯାତ୍ରା କରିବା ସହ ଉପକୂଳବର୍ତ୍ତୀ ଜନସାଧାରଣଙ୍କଠାରୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଓ ସମର୍ଥନ ପାଇଥିଲେ । ଉପକୂଳ ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି ମିଶନ ସହାୟକ ହୋଇଛି।

CISF Cyclists

ମାଲୁଦଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏସପି ଡ. ସରବଣା ବିବେକ୍ ଏମ୍., ଅଲିମ୍ପିଆନ୍ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ରବି କୁମାର (ଡିଏସପି) ଓ ଭାରତୀୟ ସେନାର ପୂର୍ବତନ ହାବିଲଦାର ସୀମାଞ୍ଚଳ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସେମାନଙ୍କ ଉପସ୍ଥିତି ଜାତୀୟ ନିରାପତ୍ତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସାଇକ୍ଲୋଥନର ଗୁରୁତ୍ୱଉପରେ ଆଲୋକପାତ କରିଥିଲା। ୨୦୨୫ ମାର୍ଚ୍ଚ ୧୫ ତାରିଖରେ ସାଇକେଲ ଚାଳକମାନେ ମାଲୁଦରୁ ଆନ୍ଧ୍ରପ୍ରଦେଶର ସୋମପେଟା ଅଭିମୁଖେ ଯାତ୍ରା ଆରମ୍ଭ କରି ଅଭିଯାନର ତୃତୀୟ ରାଜ୍ୟରେ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ସମେତ ସ୍ଥାନୀୟ ସମୁଦାୟ ସକ୍ରିୟ ଅଂଶଗ୍ରହଣ କରିବା ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସାମୁଦ୍ରିକ ନିରାପତ୍ତା, ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସାଇକେଲ ଚାଳକମାନେ ହୁମା, ଗୋପାଳପୁର, ବ୍ରହ୍ମପୁର ଓ ସୋରଳା ଭଳି ପ୍ରମୁଖ ଅଞ୍ଚଳ ଅତିକ୍ରମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ସହ ମତବିନିମୟ କରିଥିଲେ । ଏହା ପରେ ପ୍ରାୟ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଶେଷରେ ସେମାନେ ଆନ୍ଧ୍ରପ୍ରଦେଶର ସୋମପେଟାରେ ପହଞ୍ଚି ନିଜ ଯାତ୍ରାର ପଶ୍ଚିମବଙ୍ଗ ଓ ଓଡ଼ିଶା ପର୍ଯ୍ୟାୟକୁ ସଫଳତାର ସହ ଶେଷ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା । ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି । ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: 'ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ" ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+