ଚଳିତ ସପ୍ତାହରେ ପ୍ରକାଶ ପାଇବ +୨ ପରୀକ୍ଷା ରେଜଲ୍ଟ

ଭୁବନେଶ୍ବର: ଚଳିତ ସପ୍ତାହରେ +୨ ପରୀକ୍ଷାଫଳ ପ୍ରକାଶ ପାଇବ ।ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ମେ' ୨୧ କିମ୍ବା ୨୨ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରାଯିବ ।

ପୁସ୍ତିକା ଉନ୍ମୋଚନ ହେବାର କିଛି ସମୟ ମଧ୍ୟରେ ଛାତ୍ରଛାତ୍ରୀ ‌ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରୁ ସେମାନଙ୍କ ଫଳ ଜାଣିପାରିବେ ବୋଲି ସୂଚନା ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଯେପରି ପ୍ରଭାବିତ ନ ହୁଏ, ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛୁ ।

ଧାର୍ଯ୍ୟ ସମୟର ଦୁଇରୁ ତିନି ଦିନ ବିଳମ୍ବରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନ ପ୍ରକ୍ରିୟା ସରିଥିଲା। ତା'ସତ୍ତ୍ବେ ମଧ୍ୟ ତ୍ବରିତ ପଦକ୍ଷେପ ଗ୍ରହଣ ସହ ଫଳ ପ୍ରକାଶ ଦିଗରେ ପଦ‌କ୍ଷେପ ନିଆଯାଇଛି। ଏବେ ଫଳ ପ୍ରକାଶ ପୂର୍ବର ଅନ୍ୟାନ୍ୟ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।

CHSE plus two result

ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଦ୍ବାଦଶ ଶ୍ରେଣୀ ଫଳ ପ୍ରକାଶ ପାଇ ସାରିଛି। ତେଣୁ ଚଳିତବର୍ଷ ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ପ୍ରକାଶ କରାଯିବ। ଫଳ ପ୍ରକାଶ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇନାହି ।

ତେବେ ମଙ୍ଗଳବାର ସୁଦ୍ଧା ଫଳ ପ୍ରକାଶ ତାରିଖ ଘୋଷଣା କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଖାତା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକାଙ୍କୁ ସାମିଲ ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍‌ଲାଇନ୍‌ ଖାତା ଦେଖାରେ ୩,୫୦୦ ଓ ଅଫ୍‌ଲାଇନ୍‌ ପାଇଁ ୪,୫୦୦ ମୂଲ୍ୟାୟନକାରୀଙ୍କୁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଜଣ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ ସମସ୍ୟା ପାଇଁ ଅଂଶଗ୍ରହଣ କରିପାରି ନ ଥିଲେ।

ଫଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ହୋଇଥିବା ୭୦ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ହେବା ସହ କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତାଦେଖା ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ଖାତାଦେଖା ହୋଇପାରି ନ ଥିଲା। ପ୍ରଥମ ପର୍ଯ୍ୟାୟ ଖାତାଦେଖା ବିଳମ୍ବିତ ହେବାର ପ୍ରଭାବ ଦ୍ବିତୀୟ ପର୍ଯ୍ୟାୟ ଉପରେ ପଡ଼ିଥିଲା। ଏପ୍ରିଲ ୧୬ରୁ ୨୮ ମଧ୍ୟରେ ୮ହଜାର ମୂଲ୍ୟାୟନକାରୀ ଖାତା‌ଦେଖାରେ ସାମିଲ ହୋଇଥିଲେ। ଏବର୍ଷ ଉଭୟ ପର୍ଯ୍ୟାୟରେ ୨୪ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିଲା। ଯେଉଁଥିରେ ଅଫ୍‌ଲାଇନ୍‌ରେ ୧୫ ଲକ୍ଷ ଓ ଅନ୍‌ଲାଇନ୍‌ରେ ୯ ଲକ୍ଷ ଉତ୍ତର ଖାତା ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+