CHSE Plus Two Result: ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ
ଆସନ୍ତା ୨୦ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଛି । ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହୋଇଥିଲା ।

ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଥିବାରୁ ପରୀକ୍ଷା ଫଳ ପ୍ରକାଶରେ ମଧ୍ୟ ବିଳମ୍ବ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଥିଲା ।
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଥିଲେ। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହୋଇଥିଲା। ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ସାମାନ୍ୟ ବିଳମ୍ବ ହୋଇଥିବାରୁ ପରୀକ୍ଷା ଫଳ ପ୍ରକାଶରେ ମଧ୍ୟ ବିଳମ୍ବ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି












Click it and Unblock the Notifications