ଆଜିଠୁ +୨ ପରୀକ୍ଷା; ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ପାଇଁ ନିୟମାବଳୀ ଜାଣନ୍ତୁ
ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା । ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ । ୧୧୬୦ ପରୀକ୍ଷା କେନ୍ଦ୍ର ସହ ୨୦୨ଟି ପରୀକ୍ଷା ନିୟନ୍ତ୍ରଣ ହବ୍ । ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା ।
ଚଳିତବର୍ଷ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ପୁଅ ପରୀକ୍ଷା ଦେଉଥିବା ବେଳେ ଝିଅଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ରହିଛନ୍ତି ।
କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷାର୍ଥୀଙ୍କ ପାଇଁ ନିୟମାବଳୀ:
ଛାତ୍ରୀଛାତ୍ର ଅଧଘଣ୍ଟା ପୂର୍ବରୁ କେନ୍ଦ୍ର ନିକଟରେ ପହଞ୍ଚିବେ, ୧୫ ମିନିଟ ପୂର୍ବରୁ ହଲ୍ରେ ପ୍ରବେଶ କରିବେ, ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ, ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପାଇବେ, ଉତ୍ତରଖାତାର ସିରିୟଲ ନଂ ଏବଂ ପୃଷ୍ଠାସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ, ପ୍ରଶ୍ନପତ୍ରରେ ପୃଷ୍ଠାସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ, ଅତିରିକ୍ତ ସିଟ୍ ଦିଆଯିବ ନାହିଁ, ପ୍ରଶ୍ନପତ୍ରରେ ରୋଲ୍ ନଂ ଛଡ଼ା ଦାଗ ବି ଲଗାଇବେ ନାହିଁ, ନଚେତ୍ ଏମ୍ପି ହୋଇଯିବେ, ଉତ୍ତର ଖାତାରେ ନିଜର ରୋଲ ନଂ, ରେଜିଷ୍ଟ୍ରେଶନ ନଂ ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବେ, ପ୍ରଶ୍ନପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବେ, ଉପସ୍ଥାନ ଖାତାରେ ନିଜର ରୋଲ୍ ନଂ ଦେଖି ଉପସ୍ଥାନ ଦେବେ, ପରୀକ୍ଷା ହଲକୁ କଳା ବଲ୍ ପେନ ଏବଂ ଆଡ୍ମିଟ୍ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications