ଭିଜିଲାନ୍ସ ପଞ୍ଝାରେ CHSE ଅଧିକାରୀ: ଏକ କାଳୀନ ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ରେଡ୍

ଅଡୁଆରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSEର ଅଧିକାରୀ । ଭିଜିଲାନ୍ସ ପଞ୍ଝାରେ CHSE ଅଧିକାରୀ । CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ ଭୁବନେଶ୍ବରରେ ୨ଟି ସ୍ଥାନ ଓ ଜଗତସିଂହପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ରେଡ୍ ଚାଲିଛି।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକ କାଳୀନ ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ରେଡ୍ । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ:

CHSE ଅଧିକାରୀ ପୁରେନ୍ଦ୍ର ସେଠୀଙ୍କ ପଟିଆ ସ୍ଥିତ କାନନ ବିହାରର ଫେଜ-୨ ପ୍ଲଟ ନମ୍ବର ୪୮୬/୨୧୭୫ରେ ଚାଲିଛି ରେଡ ।ଏଥିସହ ଜଗତସିଂହପୁର ଅନନ୍ତପୁର କେଉପଡାରେ ପୈତୃକ ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ସେହିପରି ସାମନ୍ତରାପୁର ସିଏଚଏସଇର ଡାଇରେକ୍ଟର ଅଫିସରେ ଥିବା ତାଙ୍କ ଅଫିସରେ ମଧ୍ୟ ରେ୍ଡ ହୋଇଛି । ତିନି ଜଣ ଡିଏସପିଙ୍କ ସହ ଜଣେ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଏହି ଚଢାଉରେ ସାମିଲ ହୋଇଛନ୍ତି ।

CHSE officials on vigilance

ଆୟ ଅନୁସାରେ ଢେର ଅଧିକା ସମ୍ପତ୍ତି:

ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଯେହେତୁ ସେ CHSE ଭଳି ରେକର୍ଡ ରୁମରେ କାର୍ଯ୍ୟ କରୁଥିଲେ । ଉଚ୍ଚମାଧମିକ ଶିକ୍ଷା ପରିଷଦ ଅଧୀନରେ ଆସୁଥିବା +2 ର ସାର୍ଟିଫିକେଟ ଆଦି ପ୍ରସ୍ତୁତ କରାଯାଏ । ହୁଏତ କୌଣସି ଭାବରେ ପ୍ରଭାବିତ ହୋଇ ଆର୍ଥିକ ଭାବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥାଇପାରନ୍ତି । କିଛି ଦୁର୍ନୀତି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । କାରଣ ତାଙ୍କର ଆୟ ଅନୁସାରେ ଢେର ଅଧିକ ସମ୍ପତ୍ତି ରହିଛି । ଭିଜିଲାନ୍ସ ଇଣ୍ଟେଲିଜେନ୍ସ ଆଧାରରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ ଚାଲିଛି ।

ଆକ୍ସନ ମୋଡରେ ନୂଆ ସରକାର :

ନୂଆ ସରକାର ଆସିବା ପରେ ପ୍ରତିଦିନ ଦୁର୍ନୀତି ଖୋରଙ୍କ ବିରୋଧରେ ଏକ ପ୍ରକାର ଶକ୍ତ ପଦକ୍ଷେପ ନେଉଛନ୍ତି । ପୁରୁଣା ସରକାର ସମୟରେ ରହିଯାଇଥିବା ଦୁର୍ନୀତି ଖୋର ଅଧିକାରୀଙ୍କୁ ଠାବ କରିବାକୁ ନୂଆ ସରକାର ପ୍ରୟାସ ଚଳାଇଥିବା ଚର୍ଚ୍ଚା ହେଉଛି । କୌଣସି ବିଭାଗରେ ଦୁର୍ନୀତି ବା ସେଭଳି କାରବାରରେ ସମ୍ପୃକ୍ତ ଥିବା ଅଧିକାରୀଙ୍କୁ ନେଇ ଛାନଭିନ କରୁଛି ଭିଜିଲାନ୍ସ ନିର୍ଦ୍ଦେଶାଳୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+