ଆସନ୍ତାକାଲି ପ୍ରକାଶ ପାଇବ +2 ବିଜ୍ଞାନ, ବାଣିଜ୍ୟ ଫଳ
CHSE Odisha result 2022 :ଆସନ୍ତାକାଲି ପ୍ରକାଶ ପାଇବ +୨ ରେଜଲ୍ଟ , ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ହେବ
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ +୨ ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଦେଇଛନ୍ତି ସୂଚନା । କାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ଅଗଷ୍ଟ ପ୍ରଥମ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷାର୍ଥୀ orissaresults.nic.in, chseodisha.nic.in ୱେବସାଇଟ୍ ଭିଜିଟ କରି ନିଜ ମାର୍କ ଦେଖିପାରିବେ । ଆସନ୍ତାକାଲି ଅପରାହ୍ନ ୪ଟାରେ ଏହି ଦୁଇ ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

କରୋନା ପରେ ପ୍ରଥମ ଥର ହୋଇଥିଲା ଅଫଲାଇନ୍ ପରିକ୍ଷା । ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ । ଦିଆଯାଇଥିବା ସମୟ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବା ପାଇଁ ଚେଷ୍ଟା କରାଯାଇଥିଲା ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ରେଜଲ୍ଟ ଭଲ ହୋଇଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ ।












Click it and Unblock the Notifications