CHSE Exam: ଆଜିଠୁ ଯୁକ୍ତ୨ ପରୀକ୍ଷା: ୧.୯୩ ଲକ୍ଷ ପରୀକ୍ଷାର୍ଥୀ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ । ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପ୍ରାୟ ଏକା ସମୟରେ ଚାଲିବ ।
ତେବେ ପ୍ରଥମ ଦିନ ବିଜ୍ଞାନ ବିଦ୍ୟାର୍ଥୀମାନେ ଏବଂ ବୁଧବାର କଳା ଓ ବାଣିଜ୍ୟ ବିଦ୍ୟାର୍ଥୀମାନେ ମାତୃଭାଷା(ଓଡ଼ିଆ)ରେ ପରୀକ୍ଷା ଦେବେ। ସକାଳ ୮ଟା ୩୦ରେ କଡାସୁରକ୍ଷା ଭିତରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ।
ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍କୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜେଲ୍ ସହ ଜରିମାନା ମଧ୍ୟ ହୋଇପାରେ।

ସକାଳ ୯ଟା ୩୦ରେ ଅବଜର୍ଭର, ସୁପରିଣ୍ଟେଣ୍ଡେଣ୍ଟ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଦାୟିତ୍ୱରେ ସିଲ୍ ପ୍ରଶ୍ନପତ୍ରଗୁଡିକ ପରୀକ୍ଷା ରୁମ୍ରେ ପହଞ୍ଚାଯିବ। ଛାତ୍ରୀଛାତ୍ର ସକାଳ ୯ଟା ୩୦ରେ ପରୀକ୍ଷା କକ୍ଷକୁ ପ୍ରବେଶ କରିବେ ଓ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧ ପର୍ଯ୍ୟନ୍ତ ଚାଲିବ। ତେବେ ପରୀକ୍ଷାକୁ ସ୍ବଚ୍ଛ, ସୃଙ୍ଖଳିତ ତଥା ସୁରକ୍ଷି କରିବାକୁ ପରିଷଦ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ପରିଷଦ ପକ୍ଷରୁ ଅନ୍ଲାଇନ ମାଧ୍ୟମରେ ପୂରା ପ୍ରକ୍ରିୟା ଉପରେ ନଜର ରଖାଯାଇଛି। କଲେଜସ୍ତରରେ ପରୀକ୍ଷା ପରିଚାଳନା ପାଇଁ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିବାବେଳେ ପରିଷଦ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଥିବା ସୂଚନା ଦିଆଯାଇଛି।
ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଯୁକ୍ତ୨ ପରୀକ୍ଷା ପାଇଁ ଚଳିତ ବର୍ଷ ୧୨୭୬ଟି କେନ୍ଦ୍ର କରାଯାଇଛି। ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୩ଲକ୍ଷ ୯୩ ହଜାର ୬୧୮ଜଣ ପିଲା ଫର୍ମ ପୂରଣ କରିଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧ଜଣ, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦ଜଣ, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ଜଣ ପିଲା ରହିଛନ୍ତି। ପରୀକ୍ଷା ସୁପରିଚାଳନା ପାଇଁ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବାକୁ ପରିଷଦ ପ୍ରାଥମିକତା ଦେଇଛି। ଏଥିପାଇଁ ୨୦୫ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି। ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍ଲାଇନ ମୂଲ୍ୟାୟନକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି କଳା ବିଭାଗର ଓଡ଼ିଆ ଓ ଇଂଲିଶ ବିଷୟର ଖାତାଦେଖା ବହୁ ବିଳମ୍ବ ହୋଇଥାଏ। ତେଣୁ ପ୍ରଥମଥର ପାଇଁ ଅନ୍ଲାଇନ ମୂଲ୍ୟାୟନ କରାଯିବ। ପୂର୍ବରୁ ୨୭ଟି ଅନ୍ଲାଇନ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହେଉଥିବା ବେଳେ ଏହାକୁ ୬୩କୁ ବଢ଼ାଯାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଏକାବେଳେ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications