CHSE + 2 Exam: ବଢିଲା ଯୁକ୍ତଦୁଇ ଫର୍ମ ଫିଲପ ତାରିଖ
ଆସନ୍ତା ଫେବୃଆରୀ ମାସ ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ ପୂର୍ବ ନିୟମିତ (ଏକ୍ସ-ରେଗୁଲାର) ଥିଓରୀ ପରୀକ୍ଷା ଆରମ୍ଭ ହେବ ।
CHSE + 2 Exam : ତେବେ ଏହା ପୂର୍ବରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ଯୁକ୍ତଦୁଇ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଥିବାବେଳେ ଏବେ ପୁନର୍ବାର ତାହାକୁ ବୃଦ୍ଧି କରାଯାଇଛି । ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯିବା ପରେ ପରିଷଦ ପକ୍ଷରୁ ଏହି ଅବଧିକୁ ଆଉ ଥରେ ବୃଦ୍ଧି କରାଯାଇଛି ।
CHSE + 2 Exam : ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୮ରେ ବିଜ୍ଞାନ ବିଭାଗର ଏମଆଇଏଲ୍ ଓଡ଼ିଆ ପରୀକ୍ଷା, ୧୯ରେ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କର ଓଡ଼ିଆ ପରୀକ୍ଷା ହେବ ।

କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ସିଏଚଏସଇ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୨୩ରୁ ୩୦ ତରିଖ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ପ୍ରୋଜେଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା ।
ପ୍ରକାଶଥାଉ ଯେ,ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ଆସିବ ବଡ ପରିବର୍ତ୍ତନ । ଚଳିତ ବର୍ଷ ୮୦ ମାର୍କର ଥିଓରି ଏବଂ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ହେବ । ପ୍ରଥମ ଥର ପାଇଁ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।
ଉଭୟ ଆସେସମେଣ୍ଟ ଏବଂ ଥିଓରିକୁ ମିଶାଇ ୧୦୦ ମାର୍କର ପରୀକ୍ଷା ହେବ । ଏଣିକି ୧୦୦ରୁ ୨୪ ମାର୍କ ରଖିଲେ ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ ।
ଶିକ୍ଷାର୍ଥୀଙ୍କୁ ପରୀକ୍ଷା ଚାପ କମାଇବା ପାଇଁ ଜାତୀୟ ଢାଞ୍ଚାରେ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରକାଶଥାଉକି, ପୂର୍ବରୁ ୧୨୦ ମାର୍କର ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ ।।
ଏନେଇ ସିଏଚଏସଇ ନିୟନ୍ତ୍ରକ କହିଛନ୍ତି ଯେ, ଏଣିକି ୧୨ ମାର୍କର ଆସେସମେଣ୍ଟ ହେବ ଏବଂ ଥିଓରି ୮୦ ମାର୍କର ହେବ । ପିଲାମାନଙ୍କର ଦକ୍ଷତା ଅନୁସାରେ, ତାଙ୍କର ସ୍କୋରିଂ ବହୁତ କମ୍ ରହୁଛି । ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶ୍ନପତ୍ର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯିବ ।












Click it and Unblock the Notifications