କଟକଣାରେ ମଧ୍ୟରେ ପାଳିତ ହେବ ହେବ ବଡ଼ଦିନ, ଆସିଲା ଗାଇଡଲାଇନ୍
ଓମିକ୍ରନ୍ ଭୟ ପାଇଁ ଏଥର ଫିକା ପଡ଼ିବ ବଡ଼ଦିନ । ଆଉ ଦୁଇ ଦିନ ପରେ ଆରମ୍ଭ ହୋଇଯିବ ଖ୍ରୀଷ୍ଟାମାସ୍ ବା ବଡ଼ଦିନ । ହେଲେ ଏହାପୂର୍ବରୁ ବିଏମ୍ସି କମିଶନର ସଞ୍ଜୟ ସିଂ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି । ବଡ଼ଦିନ ପାଳନ କରିବାକୁ ଅନୁମତି ମିଳିଛି । ହେଲେ ତାହା କଟକଣା ଭି
ଭୁବନେଶ୍ୱର: ଓମିକ୍ରନ୍ ଭୟ ପାଇଁ ଏଥର ଫିକା ପଡ଼ିବ ବଡ଼ଦିନ । ଆଉ ଦୁଇ ଦିନ ପରେ ଆରମ୍ଭ ହୋଇଯିବ ଖ୍ରୀଷ୍ଟାମାସ୍ ବା ବଡ଼ଦିନ । ହେଲେ ଏହାପୂର୍ବରୁ ବିଏମ୍ସି କମିଶନର ସଞ୍ଜୟ ସିଂ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି । ବଡ଼ଦିନ ପାଳନ କରିବାକୁ ଅନୁମତି ମିଳିଛି । ହେଲେ ତାହା କଟକଣା ଭିତରେ ।

ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି, କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରାଯିବ। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ହେବାକୁ ଥିବାରୁ ଏହି ଅବସରରେ ଗହଳି ଏଡ଼ାଇବାକୁ ତଥା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଶନର ।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଅଛି। ତଥାପି ଏବେଠୁ ବିଏମସି ସତର୍କତାମୂଳକ ପଦକ୍ଷେପ ନେଉଛି। ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏବେ ସୁଦ୍ଧା ଭୁବନେଶ୍ୱରରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି।












Click it and Unblock the Notifications