କମିନି ରାଜ୍ୟରେ ହଇଜା ଆତଙ୍କ; ପୁଣି ଏବେ ଚିନ୍ତା ବଢ଼ାଇଲା ଜଣ୍ଡିସ, ୪୦ ଆକ୍ରାନ୍ତ ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା'ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଦୁଇ ଗାଁରୁ ୪୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି। ଗତ ସପ୍ତାହରେ ଆକ୍ରାନ୍ତ ହୋଇଥିବା ୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଚଳିତ ସପ୍ତାହରେ ଦୁଇ ଗ୍ରାମରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାଙ୍କ ମଧ୍ୟରେ କାହ୍ନା ଜେନା (୨), ବଳରାମ ସିଂ (୧୪), ଲବ ସିଂ (୧୦), କାର୍ତ୍ତିକ ସିଂ (୧୧), ଜଗନ୍ନାଥ ସାହୁ (୧୩) ଓ ଜଣେ ଯୁବକ ହଗୁରୁ ସିଂ (୨୫) ଅଛନ୍ତି। ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

jaundice

ଜଣ୍ଡିସ୍‌ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦେଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଶନିବାର ଦିନ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସାକିଲା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହି ଦୁଇ ଗ୍ରାମର ଲୋକଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଦୂଷିତ ପାଣି ପିଇ ରୋଗ ବ୍ୟାପୁଥିବ‌ାରୁ ପ୍ରଦୂଷିତ ଜଳଉତ୍ସକୁ ବ୍ୟବହାର ନ କରିବା ଓ ପାଣିକୁ ଫୁଟାଇ ପିଇବାକୁ ସଚେତନ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର ମହେନ୍ଦ୍ର ନାଥ ସେଠୀଙ୍କ କହିବା ଅନୁଯାୟୀ; ୩ ସପ୍ତାହ ପୂର୍ବରୁ ଏହି ଅଞ୍ଚଳର ୩ଟି ନଳକୂପ ଓ ଦୁଇଟି ଗଭୀର କୂଅର ଜଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ହେଲେ ଏଯାଏଁ ରିପୋର୍ଟ ଆସିନାହିଁ। ତେବେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ଆମେ କିଛି ପୋଖରୀ ଓ କୂଅ ଚାରିପଟେ ନାଲିଫିତା ବାନ୍ଧି ଏହାକୁ ସିଲ୍ କରି ଦେଇଛୁ। ସେହିପରି କୁଆମରା ମେଡିକାଲ୍‌ ଅଧିକାରୀ ଡା. ଶାନ୍ତନୁ କୁମାର ଜେନାଙ୍କ କହିବା ଅନୁଯାୟୀ; ଦୁଇ ଗ୍ରାମର ଲୋକଙ୍କୁ ଜଣ୍ଡିସ୍‌ ରୋଗର କାରଣ ଓ ନିରାକରଣ ବିଷୟରେ ସଚେତନ କରାଯିବା ସହ ଆକ୍ରାନ୍ତଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି। ସରପଞ୍ଚ ସଞ୍ଜୟ କୁମାର ସିଂ କହିଛନ୍ତି ରୋଗ ବ୍ୟାପୁଥିବା ଦୁଇ ଗାଁରେ ଏବେ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିସହ ଜରୁରିକାଳୀନ ଭିତ୍ତିରେ ଦୁଇଟି ନଳକୂପ ଖୋଳା ଚାଲିଛି। ସ୍ଥାନୀୟ ବାସିନ୍ଦା ତଥା ସମିତି ସଭ୍ୟ ଦିବାକର ଦାସ କହିଛନ୍ତି ପାନୀୟ ଜଳ ଓ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବା ସହ ବ୍ୟାପକ ଜନସଚେତନତା କରାଇବାର ଆବଶ୍ୟକତା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+