ରାଉରକେଲା: ହଇଜା ନେଲା ଆଉ ୧ ଜୀବ, ଆକ୍ସନ ମୋଡରେ ୱାଟକୋ
ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତିରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହଇଜାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି, ମୃତକ ଜଣକ ହେଲେ ପାୱାର ହାଉସ ରୋଡର ୪୨ ବର୍ଷିୟ ପଙ୍କଜ ମଣ୍ତଳ । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି ।

ସୂଚନଥାଉ ଯେ, ଭିବ୍ରିଓ କଲେରି ଅଥବା କୋମା ବାସିଲସ ଭୁତାଣୁ ରହିଥିବା ସୂଚନା ମିଳିଛି । ସହରରେ ଝାଡ଼ାବାନ୍ତି କିପରି ଆଉ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଫାଟିଥିବା ପାଣି ପାଇପର ମରାମତି କାର୍ଯ୍ୟ ଜାରି ରହିଛି । ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପାଇପରେ ମୋଟ 51 ଟି ସ୍ଥାନରେ ଲିକେଜ ଚିହ୍ନଟ ହୋଇଛି । ମରାମତି ପାଇଁ 20ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ଏହା ସହ 100 ରୁ ଉର୍ଦ୍ଧ୍ବ ଆଶାକର୍ମୀ , ଏଏନଏମ୍ ଘରକୁ ଘର ବୁଲି ରୋଗ ନବ୍ୟାପିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ସଚେତନ କରୁଛନ୍ତି । 6ଟି ମୋବାଇଲ ଡାକ୍ତରୀ ଟିମ୍ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଝାଡ଼ାବାନ୍କି ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଆକ୍ସନ ମୋଡରେ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା । ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି । ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି । ଏଥିସହ ଚିହ୍ନଟ ହଟସ୍ପଟ୍ ଅଞ୍ଚଳରେ ଜଳର ଗୁଣବତ୍ତା ପରୀକ୍ଷା କରାଯାଉଛି ।












Click it and Unblock the Notifications