ହଇଜା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ହଇଜା ବଢାଉଛି ଚିନ୍ତା । ପୁଣି ନେଲା ଆଉ ଏକ ଜୀବନ, ହଇଜାଜନିତ ମୃତ୍ୟୁ ସଂଖ୍ୟା ୧୧ରେ ପହଁଚିଛି ସେହିପରି ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷପ ନିଆଯିବା ସତ୍ତ୍ୱେ ହଇଜା ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ ।

ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ୪୧ ବର୍ଷିୟ ସାବିତ୍ରୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେ ଗତ ସୋମବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେହିପରି ଏହା ପୂର୍ବରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପିତାମାତାଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଛନ୍ତି ତିନି ଝିଅ ।
ସୂଚନାଥାଉ ଯେ, ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ବେଶି ବ୍ୟାପିଛି ରୋଗ । ତେବେ ପାନପୋଷ ଓ ଛେଣ୍ଡ କଲୋନୀକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।
ଭିବ୍ରିଓ କଲେରି ଅଥବା କୋମା ବାସିଲସ ଭୁତାଣୁ ରହିଥିବା ସୂଚନା ମିଳିଛି । ସହରରେ ଝାଡ଼ାବାନ୍ତି କିପରି ଆଉ ନ ବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଫାଟିଥିବା ପାଣି ପାଇପର ମରାମତି କାର୍ଯ୍ୟ ଜାରି ରହିଛି । ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପାଇପରେ ମୋଟ 51 ଟି ସ୍ଥାନରେ ଲିକେଜ ଚିହ୍ନଟ ହୋଇଛି । ମରାମତି ପାଇଁ 20ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ଏହା ସହ 100 ରୁ ଉର୍ଦ୍ଧ୍ବ ଆଶାକର୍ମୀ , ଏଏନଏମ୍ ଘରକୁ ଘର ବୁଲି ରୋଗ ନବ୍ୟାପିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ସଚେତନ କରୁଛନ୍ତି । 6ଟି ମୋବାଇଲ ଡାକ୍ତରୀ ଟିମ୍ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications