ପ୍ରଥମ ଓଡ଼ିଆ ଭାବେ NSDର ନିର୍ଦ୍ଦେଶକ ହେଲେ ଚିତ୍ତରଂଜନ: ଧଉଳି ଏକ୍ସପ୍ରେସରୁ NSDର ନିର୍ଦ୍ଦେଶକ

ପ୍ରଥମ ଓଡ଼ିଆ ଭାବେ NSDର ନିର୍ଦ୍ଦେଶକ । ଓଡ଼ିଆ ପୁଅ ଚିତ୍ତରଂଜନ ତ୍ରିପାଠୀ NSDର ନିର୍ଦ୍ଦେଶକ ହୋଇଛନ୍ତି । ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ଚିତ୍ତରଂଜନ ତ୍ରିପାଠୀ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ।

ଦେଶର ପ୍ରଖ୍ୟାତ ନାଟ୍ୟାଭିନୟ ଶିକ୍ଷ‌ା ଅନୁଷ୍ଠାନ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (NSD)ର ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇବାରେ ସେ ପ୍ରଥମ ଓଡ଼ିଆ । ସେ ଏକାଧାରରେ ଜଣେ ଅଭିନେତା, ନାଟ୍ୟକର୍ମୀ ତଥା କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'ଧଉଳି ଏକ୍ସପ୍ରେସ' ଓ 'ମୁଖ୍ୟମନ୍ତ୍ରୀ'ର ନିର୍ଦ୍ଦେଶନା ଦେଇଥିଲେ।

nsd_director

ସେ ଉଭୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ । 'ଧଉଳି ଏକ୍ସପ୍ରେସ' ଲାଗି ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ ଓ ୱେବସିରିଜରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଛନ୍ତି । ନେଟଫ୍ଲିକ୍ସରେ ପ୍ରସାରିତ 'ସାକ୍ରେଡ୍ ଗେମ୍ସ'ରେ ତ୍ରିଦେବୀ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏତଦ୍‌ ବ୍ୟତୀତ ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିଷଣ ଏବଂ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟ ।

ସୂଚନାଯୋଗ୍ୟ, ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ବିଶ୍ବର ଏକ ପ୍ରମୁଖ ଥିଏଟର ତାଲିମ ପ୍ରତିଷ୍ଠାନ ଭାବେ ଜଣାଶୁଣା। ସଂଗୀତ ନାଟକ ଏକାଡେମୀ ଦ୍ବାରା ଏହି ପ୍ରତିଷ୍ଠାନ ୧୯୫୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ୧୯୭୫ ମସିହାରେ ଏହା ଏକ ସ୍ବୟଂଶାସିତ ସଂସ୍ଥା ଭାବରେ ପରିଣତ ହୋଇଥିଲା ଏବଂ ୧୮୬୦ର ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ ୨୧ ଅନୁଯାୟୀ ଏକ ସ୍ୱୟଂଶାସିତ ସଂଗଠନ ଭାବରେ ପଞ୍ଜୀକୃତ ହୋଇଥିଲା, ଯାହାକି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+