ଚିତ୍ରକୋଣ୍ତା ଏସିଡିପିଓଙ୍କର ଆଦିବାସୀ ମହିଳାଙ୍କୁ ମାଡ଼ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Chitrakonda SDPO Hit case to be investigated by Crime Branchଚିତ୍ରକୋଣ୍ତା ଏସିଡିପିଓଙ୍କର ଆଦିବାସୀ ମହିଳାଙ୍କୁ ମାଡ଼ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ ଶୂନ୍ୟ କାଳରେ ଉଠିଥିଲା ଚିତ୍ରକୋଣ୍ତା ଏସିଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ମାମଲା । ଗର୍ଭବତୀ ସମେତ ବହୁ ମହିଳାଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାପରେ ଏହି ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି । ଏନେଇ ଗୃହରେ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ ।

Chitrakonda SDPO

ସୂଚନାଯୋଗ୍ୟ ଯେ ଆଜି ବିଧାନଶଭା ଶୂନ୍ୟ କାଳରେ ଉଠିଥିଲା ଚିତ୍ରକୋଣ୍ତା ଏସିଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ମାମଲା । ଗର୍ଭବତୀ ସମେତ ବହୁ ମହିଳାଙ୍କୁ ମାଡ଼ ମାରିବା ଘଟଣା ।ମାଲକାନଗିରି ଆରସିଏସ-୧୩ ନମ୍ବର ଗାଁରେ ରାତି ଅଧରେ କୌଣସି ମହିଳା ପୁଲିସ୍‌ ସାଥିରେ ନ ନେଇ ମହିଳାଙ୍କୁ ଅତ୍ୟାଚାର କରିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗକୁ ନେଇ ତାତିଥିଲେ ବିରୋଧୀ । ଏହି ଘଟାଣାର ଫଟୋ ମଧ୍ୟ ଦେଖାଇଥିଲେ ବିରୋଧୀ ।ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ସତ୍ୱେ କୌଣସି ପଦକ୍ଷପ ନିଆଯାଉନାହିଁ । ଏହି ଘଟଣାରେ ବ୍ଲକ ସଭାପତି, ଦୁଇ ଜଣ ସାମ୍ବାଦିକ,ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ଦାବି କରିଥିଲେ କଗ୍ରେଂସ ବିଧାୟକ ତାରପ୍ରସାଦ ବାହିନୀପତି ।ଏକା ସହ କ୍ରାଇମବ୍ରାଞ୍ଚ୍ ତଦନ୍ତ ମଧ୍ୟ କରାଯାଉ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।ଏହି ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାପରେ ଗୃହକୁ ଅପପାହ୍ନ ୪ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+