ବିଧାନସଭାରେ ଚିଟଫଣ୍ଡ ତାତି: ଅପରାହ୍ନ ୪ଟା ଯାଏଁ ମୁଲତବୀ ରହିଲା ଗୃହକାର୍ଯ୍ୟ
ଆଜି ବିଧାନସଭାରେ ଚିଟଫଣ୍ଡ ତାତି । ଗୃହରେ ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ। ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ଭୁବନେଶ୍ୱର: ଆଜି ବିଧାନସଭାରେ ଚିଟଫଣ୍ଡ ତାତି । ଗୃହରେ ଶୂନ୍ୟକାଳରେ ଚିଟଫଣ୍ଡ ପ୍ରସଙ୍ଗ ଉଠାଇଥିଲେ ବିଜେପି ସଦସ୍ୟ। ବିଜେପି ଓ କଂଗ୍ରେସର ସଦସ୍ୟଙ୍କ ହଟ୍ଟଗୋଳ ଲାଗି ଗୃହକୁ ପୁଣି ମୁଲତବୀ ରଖିଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘୋଷଣା କରିଥିଲେ। ଗୃହରେ ବାଚସ୍ପତି କହିଥିଲେ, ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରାଧୀନ ରହିଛି । କମିସନ ତଦନ୍ତ କରୁଛନ୍ତି। ୨୦୧୪ରେ ତତକାଳୀନ ବାଚସ୍ପତି, ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହା ବର୍ତ୍ତମାନର ପ୍ରସଙ୍ଗ ହୋଇନଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଛନ୍ତି ବାଚସ୍ପତି।
କିନ୍ତୁ ବିଜେପି ନିଜ ଜିଦ୍ରେ ଅଟଳ ରହିଥିଲା । ଯାହାଫଳରେ ବାଚସ୍ପତି ପ୍ରଥମେ ବିଧାନସଭାକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ପୁଣି ୨୦ ମିନିଟ୍ ଯାଏଁ ମୁଲତବୀ ରଖିଥିଲେ । ତଥାପି ସଠିକ୍ ଭାବେ ଚାଲିପାରି ନଥିଲା ଗୃହ । ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ ମଧ୍ୟ କୌଣସି ନିଷ୍ପର୍ସ ବାହାରିନଥିଲା । ଶେଷରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।












Click it and Unblock the Notifications