ଖୁବଶୀଘ୍ର ଫେରସ୍ତ ହେବ ଚିଟଫଣ୍ତ ଟଙ୍କା
Odisha News: ଖୁବଶୀଘ୍ର ଜମାକାରୀଙ୍କୁ ଫେରସ୍ତ ହେବ ଚିଟଫଣ୍ତ ଟଙ୍କା । ଏନେଇ ନୀତିଗତ ନିଷ୍ପତ୍ତି ନିଆଯିବା ସହ ପୂରା ପ୍ରକ୍ରିୟା ଶେଷ କରାଯିବ । ସେହିପରି ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି । ତେବେ ଏହି ରିପୋର୍ଟ କିପରି ଉପସ୍ଥାପନ ହେବ ସେ ବିଷୟରେ ସରକାର ଚିନ୍ତା କରୁଛନ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସେ ଆହୁରି ମଧ୍ୟ କହିଛନ୍ତି, ଚିଟଫଣ୍ତ ଟଙ୍କା ଫେରାଇବା ପୂର୍ବର ସରକାରଙ୍କ ଦାୟିତ୍ୱ ଥିଲା ହେଲେ ସେ ଏହା କରି ନଥିଲେ । ହେଲେ ନୂଆ ସରକାର ଚିଟଫଣ୍ତ ଟଙ୍କା ଫେରାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । ସୂଚନାଥାଉ ଯେ, ଦୀର୍ଘଦିନ ହେବ ଲୋକେ ନିଜ ଟଙ୍କା ଫେରି ପାଇବା ପାଇଁ ଅପେକ୍ଷା କରିଛନ୍ତି ।












Click it and Unblock the Notifications