ଚିଟ୍ଫଣ୍ଡ ଜମାକାରୀ ଫେରି ପାଇବେ ନିଜ ଟଙ୍କା, ଅନଲାଇନରେ କରିପାରିବେ ଆବେଦନ
ଚିଟ୍ଫଣ୍ଡ ଠକେଇରେ ନିଜ ଟଙ୍କା ହରାଇଥିବା ହାଇଟେକ୍ ଗ୍ରୁପ୍ର ଜମାକାରୀମାନେ ସେମାନଙ୍କର ଜମା ରାଶି ଖୁବ୍ଶୀଘ୍ର ଫେରିପାଇବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।
କଟକ: ଚିଟ୍ଫଣ୍ଡ ଠକେଇରେ ନିଜ ଟଙ୍କା ହରାଇଥିବା ହାଇଟେକ୍ ଗ୍ରୁପ୍ର ଜମାକାରୀମାନେ ସେମାନଙ୍କର ଜମା ରାଶି ଖୁବ୍ଶୀଘ୍ର ଫେରିପାଇବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ପକ୍ଷରୁ ବ୍ଲୁ' ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଟଙ୍କା ଫେରସ୍ତ ପାଇଁ ଆବେଦନକାରୀମାନେ ଅନ୍ଲାଇନ୍ରେ ଆବେଦନ କରିବେ ।

ଏହି ପ୍ରକ୍ରିୟାରେ ହାଇଟେକ୍ ଗ୍ରୁପ୍ର ପ୍ରାୟ ୮୦ କୋଟି ଟଙ୍କା ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ । ଅର୍ଥ ବିଭାଗ ଏବଂ ଚିଟ୍ଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ତଥା କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇଥିବା ହାଇଟେକ୍ ଗ୍ରୁପ୍ର ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ସୁପ୍ରିମ୍କୋର୍ଟ ୨୦୧୪ ଫେବ୍ରୁଆରୀରେ ଜାମିନ୍ ପ୍ରଦାନ କରିଥିଲେ । ଜାମିନ୍ ପାଇଁ ତିରୁପତି ପାଣିଗ୍ରାହୀ ସାଢେ ୬୩ କୋଟି ଟଙ୍କା ଜମା କରିବେ ବୋଲି ସୁପ୍ରିମ୍କୋର୍ଟ ସର୍ତ୍ତାରୋପ କରିଥିଲେ । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପାଣିଗ୍ରାହୀ ଏକାଧିକ ପର୍ଯ୍ୟାୟରେ ସମସ୍ତ ଅର୍ଥ ଜମା କରି ଜାମିନ୍ରେ ମୁକୁଳିଥିଲେ । ପରେ ଏହି ଜମା ଅର୍ଥ ହାଇଟେକ୍ ଗ୍ରୁପ୍ର ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ଲାଗି କୁହାଯାଇଛି ।












Click it and Unblock the Notifications